ବିଜୟ ମର୍ଚ୍ଚାଣ୍ଟ ଟ୍ରଫି:ବିହାର ୧୬୫, ଓଡ଼ିଶା ୮୨/୧

କଟକ: ବିଡ଼ାନାସୀ ପଡ଼ିଆରେ ଆରମ୍ଭ ହୋଇଥିବା ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ପ୍ରଥମ ଦିନରେ ବିହାର ୧୬୫ ରନ୍‌ରେ ସମସ୍ତ ଵିକେଟ ହରାଇଛି। ଜବାବରେ ଓଡ଼ିଶା ସୋମବାରର ଷ୍ଟମ୍ପ ଅପସାରଣ ବେଳକୁ ୧ ଵିକେଟ ବିନିମୟରେ ୮୨ ରନ୍‌ ସ˚ଗ୍ରହ କରିଛି। ଟସ୍‌ ଜିତି ଓଡ଼ିଶା ବୋଲି˚ କରିଥିଲା। ବିହାର ପାଇଁ କନିଷ୍କ କୌସ୍ତଭ ସର୍ବାଧିକ ୬୪ ରନ୍‌ ଓ ନିମ୍ନକ୍ରମରେ ଆଦିତ୍ୟ ୨୮, ରାଜପାଲ ୧୫, ଶ୍ରମଣ ନିଗ୍ରୋଧ ୧୪, ରେଶୁ ରାଜ ୧୪ ରନ୍‌ ସ˚ଗ୍ରହ କରିଥିଲେ। ଓଡ଼ିଶା ପାଇଁ ଆଶୁତୋଷ ଛୁରିଆ ୩, ଶ୍ରେଷ୍ଠ ସି˚ହ ୨, ରମେଶ ମେଲେକା, ଆଶୁତୋଷ ସାମଲ ଓ ଶୋଭନ ଦେବ ବେହେରା ଗୋଟିଏ ଲେଖାଏଁ ଵିକେଟ ପାଇଥିଲେ। ଓଡ଼ିଶାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସଙ୍କେତ ବେହେରା ଓ ବିଶ୍ବଜିତ ପାତ୍ର ପ୍ରଥମ ଵିକେଟରେ ୮୨ ରନ୍‌ ଯୋଗ କରଥିଲେ। ତେବେ ବ୍ୟକ୍ତିଗତ ୨୮ ରନ୍‌ କରିଥିଲା ବେଳେ ସଙ୍କେତ ରନ୍‌ ଆଉଟ ହୋଇଯାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ବିଶ୍ବଜିତ (୩୨*) ଓ ବିଶ୍ବ ବିଭବ ମୁଦୁଲି (୦*) ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର