ବିଜୟ ମର୍ଚାଣ୍ଟ ଟ୍ରଫି: ଓଡ଼ିଶାକୁ ୧ ପଏଣ୍ଟ୍‌

କଟକ: ନିମପୁର ପଡ଼ିଆରେ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ୧୬ ବର୍ଷରୁ କମ୍‌ ବିଜୟ ମର୍ଚାଣ୍ଟ ଟ୍ରଫି ମ୍ୟାଚ୍‌ ଅମୀମାଂସିତ ରହିଛି। ଫଳରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ତ୍ରିପୁରାକୁ ୩ ପଏଣ୍ଟ ମିଳିଥିଲା ବେଳେ ଓଡ଼ିଶା ୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଛି। ପ୍ରଥମ ପାଳିରେ ତ୍ରିପୁରାର ୩୪୭ ରନ୍‌ ଜବାବରେ ଓଡ଼ିଶା ୨୭୭ ରନ୍‌ କରିପାରିଥିଲା। ଓ ପ୍ରତ୍ୟୁଷ ପ୍ରଧାନ ୧୨ ରନ୍‌ରେ ଆଉଟ ହୋଇଥିଲେ। ଏମାନଙ୍କ ବ୍ୟତୀତ ସୁଶୀଲ ବାରିକ ୪୯, ବିକାଶ ନାଏକ ୩୦, ସମ୍ବିତ ବରାଳ ୨୮, ସୁରଜ ବେହେରା ୧୩ ରନ୍‌ କରିଥିଲେ। ତ୍ରିପୁରାର ପରଭେଜ୍‌ ସୁଲତାନ ୫ ଓ ଅମିତ ଅଲ୍ଲୀ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ପରେ ତ୍ରିପୁରା ଦ୍ୱିତୀୟ ପାଳିରେ ୪୦ ଓଭରରେ ୨ ଓ୍ଵିକେଟ୍‌ ହରାଇ୧୧୦ ରନ୍‌ କରିଥିଲା। ହ୍ରିତୁରାଜ ରଏ ୩୮, ପରଭେଜ୍‌ ସୁଲତାନ ୨୬ ରନ୍‌ରେ ଆଉଟ ହୋଇଥିଲା ବେଳେ ଶ୍ରୀଦମ ପଲ୍‌ ୨୦ ଓ ତନ୍ମୟ ଦାସ ୨୫ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ସମ୍ବିତ ବରାଳ ଏହି ଦୁଇ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର