ବିଜୟ ମର୍ଚାଣ୍ଟ ଟ୍ରଫି: ଓଡ଼ିଶାକୁ ୩ ପଏଣ୍ଟ୍‌

କଟକ: ବୋସ୍‌ ପଡ଼ିଆରେ ଓଡ଼ିଶା ଓ ବେଙ୍ଗଲ ଖେଳାଯାଇଥିବା ୧୬ ବର୍ଷରୁ କମ୍‌ ବିଜୟ ମର୍ଚାଣ୍ଟ ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଅମୀମାଂସିତ ରହିଛି। ଫଳରେ ପାଳି ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ପଏଣ୍ଟ ମିିଳିଛି। ଶେଷ ଦିନରେ ଓଡ଼ିଶାକୁ ଅଗ୍ରଣୀ ପାଇଁ ୨୪ରନ୍‌ ଆବଶ୍ୟକ ହେଉଥିଲାବେଳେ ଘରୋଇ ଦଳ ୧ରନ୍‌ରେ ଆଗୁଆ ରହିବା ପରେ ସମସ୍ତ ଓ୍ଵିକେଟ ହରାଇଥିଲା। ସୁଶୀଲ ବାରିକ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲାବେଳେ, ବିକାଶ ନାୟକ ୧୪ ଓ ସୁରଜ ବେହେରା ୧୧*ରନ୍‌ କରି ଦଳକୁ ୩ପଏଣ୍ଟ ସୁରକ୍ଷିତ କରିଥିଲେ। ଦ୍ୱିତୀୟ ପାଳିରେ ବେଙ୍ଗଲ ବ୍ୟାଟିଂ ଆରମ୍ଭ କରିଥିଲେ ବି ଖେଳ ବନ୍ଦ ହେବା ବେଳକୁ ୬ ଓ୍ଵିକେଟ ବିନିମୟରେ ୧୫୩ରନ୍‌ କରିଥିଲା। ସାହିତ୍ୟ ହାଜରା ୫୮, ତୌଫିକ ଉଦ୍ଦିନ୍‌ ୩୦ରନ୍‌ କରିଥିଲାବେଳେ ଓଡ଼ିଶା ପାଇଁ ସୁଶୀଲ ବାରିକ ୩ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର