ବାହାହେବେ ବିଜୟ ଶଙ୍କର

ହାଇଦ୍ରାବାଦ: ୨୦୧୯ ଭାରତୀୟ ବିଶ୍ବକପ୍‌ ଦଳର ସଦସ୍ୟ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ବାହାହେବେ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ତଥା ନିର୍ବନ୍ଧ ସଂପର୍କରେ ଘୋଷଣା କରିଛନ୍ତି ସେ। ତାଙ୍କ ବାନ୍ଧବୀ ତଥା ଭାବି ପତ୍ନୀ ବୈଶାଳୀ ବିଶ୍ବେଶରନ୍‌ଙ୍କ ସହ ଦୁଇଟି ଫ‌ଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରି ”ରିଙ୍ଗ୍‌ ଇମୋଜୀ” ବୋଲି କ୍ୟାପ୍‌ସନ୍‌ ଛାଡ଼ିଛନ୍ତି। ନିର୍ବନ୍ଧ ତଥା ମୁଦି ପିନ୍ଧା ପର୍ବକୁ ସାମାଜିକ ଗଣମାଧ୍ୟମରେ ସେୟାର କରିବାକ୍ଷଣି ଅଭିନନ୍ଦନ ବାର୍ତାର ସୁଅ ଛୁଟିବାରେ ଲାଗିଛି। କେଏଲ୍‌ ରାହୁଲ, ୟୁଜ୍‌ବେନ୍ଦ୍ର ଚହଲ୍‌, ରବିଚନ୍ଦ୍ରନ୍‌ ଅଶ୍ବିନ, ଶେୟସ ଆୟର, ସିଦ୍ଧାର୍ଥ କୌଲ, କରୁଣ ନାୟାର, ଅଭିନବ ମୁକୁନ୍ଦ ଏବଂ ଜୟନ୍ତ ଯାଦବ ପ୍ରମୁଖଙ୍କ ସହ ଅଧିକାଂଶ ସାଥୀ ଓ ପ୍ରଶଂସକ ବିଜୟ ଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର