ବିଜୟ ହଜାରେ ଟ୍ରଫି: କାର୍ତ୍ତିକଙ୍କ ଶତକ ବେକାର

କଟକ: ମୁମ୍ବାଇରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ପଞ୍ଜାବଠୁ ଓଡ଼ିଶା ୫ ୱିକେଟ୍‌ରେ ପରାସ୍ତ ହୋଇ ଅଭିଯାନ ଶେଷ କରିଛି। ଫଳରେ ଗ୍ରୁପ୍‌ ଡି’ରେ ଓଡ଼ିଶା କେବଳ ନାଗାଲାଣ୍ଡ ବିପକ୍ଷରେ ଜିତିଥିଲା ବେଳେ ଅନ୍ୟ ୫ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ସୋମବାର ମ୍ୟାଚରେ ପଞ୍ଜାବ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କାର୍ତ୍ତିକ ବିଶ୍ବାଳଙ୍କ ୧୦୭ ରନ୍‌ (୧୧୨ ବଲ୍‌, ୧୦ ଚୌକା, ୧ ଛକା) ଓ ବିପ୍ଲବ ସାମନ୍ତରାୟଙ୍କ ୫୧ ରନ୍‌ ସହାୟତାରେ ଓଡ଼ିଶା ୭ ୱିକେଟ୍ ବିନିମୟରେ ୨୫୧ ରନ୍ କରିଥିଲା। ପ୍ରତିପକ୍ଷର ସିର୍ଦ୍ଧାର୍ଥ କାଉଲ ୩ ୱିକେଟ୍‌ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୪୬.୪ ଓଭର ବେଳକୁ ୫ ୱିକେଟ୍‌ କ୍ଷତିରେ ମ୍ୟାଚ୍‌ ଜିତିଥିଲା। ମନଦୀପ ସିଂହ ୯୧ ରନ୍‌ କରି ଦଳକୁ ଜିତାଇଥିଲା ବେଳେ ଓଡ଼ିଶା ପାଇଁ ପ୍ରୟାସ ସିଂହ ୪ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର