ବିଜୟ ହଜାରେ ଟ୍ରଫି: ଓଡ଼ିଶାର ଦ୍ବିତୀୟ ବିଜୟ

କଟକ: ନୂଆଦିଲ୍ଲୀର ଫିରୋଜଶାହା କୋଟଲା ପଡ଼ିଆରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ସପ୍ତମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ଗୁରୁବାର ଓଡ଼ିଶା ୫୨ ରନ୍‌ରେ ସୌରାଷ୍ଟ୍ରକୁ ହରାଇଛି। ମଧ୍ୟକ୍ରମର ଉଦ୍ୟମ ଓ ବିପ୍ଳବ ସାମନ୍ତରାୟଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଓଡ଼ିଶା ୧୯୭ ରନ୍‌ ସ˚ଗ୍ରହ କରିଥିଲା ବେଳେ ସୌରାଷ୍ଟ୍ରକୁ ୧୪୫ ରନ୍‌ରେ ସୀମିତ ରଖିବାରେ ଓଡ଼ିଶା ବୋଲର ସଫଳ ହୋଇଥିଲେ। ଫଳରେ ବର୍ତ୍ତମାନସୁଦ୍ଧା ଓଡ଼ିଶା ୭ମ୍ୟାଚରୁ ୨ବିଜୟ ସହ ମୋଟ ୧୦ ପଏଣ୍ଟ ପାଇଛି। ଆସନ୍ତା ୬ ତାରିଖରେ ଓଡ଼ିଶା ଶେଷ ଲିଗ୍‌ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ। କୋଟଲା ପିଚ୍‌ରେ ଗୋବିନ୍ଦ ପୋଦ୍ଦାର ଟସ୍‌ ଜିତି ବ୍ୟାଟି˚ କରିଥିଲେ। ଆହତ ଯୋଗୁଁ ଅନୁରାଗ ଷଡ଼ଙ୍ଗୀଙ୍କ ବଦଳରେ ର˚ଜିତ ସି˚ହ ପ୍ରଥମ ଥର ସୁଯୋଗ ପାଇଥିଲାବେଳେ ସୁଜିତ ଲେଙ୍କାଙ୍କ ସ୍ଥାନରେ ପି ରୋଶନ କୁମାର ରାଓ ଵିକେଟ ରକ୍ଷକ ଭାର ସମ୍ଭାଳିଥିଲେ। ହେଲେ ବିଳମ୍ବରେ ସୁଯୋଗ ପାଇଥିଲେ ବି ର˚ଜିତ ସମସ୍ତଙ୍କୁ ନିରାଶ କରି ମାତ୍ର ୨ ରନ୍‌ରେ ଆଉଟ ହୋଇଥିଲେ। ପୂର୍ବରୁ ରାଜେଶ ଧୂପର ମଧ୍ୟ ମାତ୍ର ୫ ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ପ୍ରାରମ୍ଭିକ ବିଫଳତା ପରେ ଗୋବିନ୍ଦ (୩୩) ଓ ଶାନ୍ତନୁ ମିଶ୍ର (୩୧) ଅର୍ଧଶତକୀୟ ଭାଗୀଦାରି କରିଥିଲେ। ତାଙ୍କ ପଛକୁ ବିପ୍ଳବ ସାମନ୍ତରାୟ ଓ ଅଭିଷେକ ରାଉତ ମଧ୍ୟ ପାଖାପାଖି ୨୫ ଓଭର ବ୍ୟାଟି˚ କରି ୯୧ ରନ୍‌ ଯୋଗ କରିଥିଲେ। ଏଥିମଧ୍ୟରେ ବିପ୍ଳବ ତାଙ୍କର ଅର୍ଧଶତକ ପୂରଣ କରିଥିଲେ। କିନ୍ତୁ ଅଭିଷେକ (୩୬)ଙ୍କ ଵିକେଟ ଯିବା ପରେ ବ୍ୟାଟି˚କ୍ରମ ପୁଣି ଭାଙ୍ଗିବାରେ ଲାଗିଥିଲା। ଦ୍ରୁତ ରନ୍‌ ସ˚ଗ୍ରହ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦୀପକ ବେହେରାଙ୍କୁ ଉପରେ ଛଡ଼ାଯାଇଥିଲେ ବି ସେମାନେ ବିଫଳ ହୋଇଥିଲେ। ବିପ୍ଳବ ମଧ୍ୟ ଶେଷ ପର୍ଯ୍ୟନ୍ତ ସ˚ଘର୍ଷ କରି ୬୨ ରନ୍‌ ସ˚ଗ୍ରହ କରିଥିଲା ବେଳେ ଆଉଟ ହୋଇଥିଲେ।

ସୌରାଷ୍ଟ୍ର ୧୯୮ ରନ୍‌ର ଲକ୍ଷ୍ୟକୁ ପିଛା କରିଥିଲା ବେଳେ ରବିନ ଉଥପ୍ପାଙ୍କ ରୂପରେ ପ୍ରଥମ ଝଟ୍‌କା ପାଇଥିଲା। ଏହାପରେ ସେଲଡନ ଜାକସନ୍‌ ଧିରେଧିରେ ଦଳୀୟ ରନ୍‌ ହାରକୁ ବଢାଇ ଚାଲିଥିଲେ। ତଥାପି ଦଳୀୟ ରନ୍‌ ୭୧ ହେଇଥିଲାବେଳେ ସେଲଡନ (୪୦), ଜୟଦେବ ଶାହ ଓ ସମର୍ଥ ବ୍ୟାସ (୧୯) ଆଉଟ ହୋଇ ସୌରାଷ୍ଟ୍ରକୁ ପୁଣି ବିପର୍ଯ୍ୟୟକୁ ଠେଲିଦେଇଥିଲେ। ମଧ୍ୟକ୍ରମରେ ଅର୍ପିତ ଭାସବଡା (୩୫) କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ ବି ଦଳକୁ ଜିତାଇବା ପାଇଁ ତାହା ପର୍ଯ୍ୟାପ୍ତ ନଥିଲା। ଫଳରେ ୩୮.୪ ଓଭରରେ ସୌରାଷ୍ଟ୍ର ୧୪୫ ରନ୍‌ କରିଥିଲା ବେଳେ ସମସ୍ତ ଵିକେଟ ହରାଇଥିଲା। ଗୋବିନ୍ଦ ସର୍ବାଧିକ ୩ ଵିକେଟ ଓ ପପୁ ରଏ ୨ ଵିକେଟ ଅକ୍ତିଆର କରିଥିଲେ। ଅଭିଷେକ ରାଉତ, ଶାନ୍ତନୁ ମିଶ୍ର ଓ ସୂର୍ଯ୍ୟକାନ୍ତ ପ୍ରଧାନ ୧ଟି ଲେଖାଏଁ ଵିକେଟ ପାଇଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ୪୯.୨ ଓଭରରେ ୧୯୭ (ବିପ୍ଲବ ସାମନ୍ତରାୟ ୬୨, ଗୋବିନ୍ଦ ପୋଦ୍ଦାର ୩୩, ଶାନ୍ତନୁ ମିଶ୍ର ୩୧, ଅଭିଷେକ ରାଉତ ୩୬, ଜୟଦେବ ଉନାଦକତ-୩/୩୯)। ସୌରାଷ୍ଟ୍ର ୩୮.୪ ଓଭର ୧୪୫ (ସେଲଡନ ଜାକସନ୍‌ ୪୦, ଅର୍ପିତ ଭାସବଡା ୩୫, ଗୋବିନ୍ଦ ପୋଦ୍ଦାର ୩/୩୩, ପପୁ ରଏ ୨/୧୯)।

ସମ୍ବନ୍ଧିତ ଖବର