ବିଜୟଙ୍କ ବିଶ୍ବକପ୍‌ ପ୍ରଚାର

ଭୁବନେଶ୍ବର: କୌଣସି ପ୍ରକାର ସରକାରୀ ସହଯୋଗ ନାହିଁ। ହକି ପ୍ରତି‌ଥିବା ଆଗ୍ରହ ଯୋଗୁଁ ନିଜ ଖର୍ଚ୍ଚରେ ମୁମ୍ବାଇ, ବାଙ୍ଗାଲୋର ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ‌ବୁଲି ଭୁବନେଶ୍ବରରେ ହେବାକୁଥିବା ହକି ବିଶ୍ବକପ୍‌‌ର ପ୍ରଚାର କରିଛନ୍ତି ବାଣୀବିହାରେ ପତ୍ନତତ୍ତ୍ବ ବିଭାଗରେ ସ୍ନା‌ତକୋତ୍ତର କରୁଥିବା ବିଜୟ କୁମାର ମଲ୍ଲିକ। ଭଦ୍ରକ ଅଗରପଡ଼ାର ଏହି ଛାତ୍ର ଜଣକ ସବୁମାସରେ ଘରୁ ମିଳିଥିବା ମାସିକିଆ ଖର୍ଚରୁ କିଛି କିଛି ସଞ୍ଚୟ କରି ଚଳିତ ମାସ ୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନ ସବୁ ବୁଲି ବିଶ୍ବ କପ୍‌ର ପ୍ରଚାର କରିଥିଲେ। ଖେଳାଳି ‌ହେବାକୁ ଆଶା ଥିଲା ହେଇପାରିଲିନି, ବିଶ୍ବକପ୍‌ ଆମ ଓଡ଼ିଶାରେ ହେବା ଶୁଣି କିଛି କରିବା ଲାଗି ଚିନ୍ତା କରିଥିଲି। ମୋ ଖର୍ଚ୍ଚରୁ ଅଳ୍ପ ଅଳ୍ପ ରଖି ଖେଳ ସହ ଯୋଡ଼ି ହେବା ଲାଗି ଏଭଳି କରିଥି‌ଲି ବୋଲି ସମ୍ବାଦ ସହ କଥା ହେଲା ବେଳେ କହିଛନ୍ତି ବିଜୟ।

ସମ୍ବନ୍ଧିତ ଖବର