ବିଜୟ ଧାରାକୁ ଫେରିଲେ ବିଜେନ୍ଦର

ରାଏପୁର: ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା‌ ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ନିଜ ପେସାଦାର ଜୀବନରେ ପୁଣି ଥରେ ବିଜୟ ଧାରାକୁ ଫେରିଛନ୍ତି। ଲଗାତାର ୧୨ଟି ଲଢ଼େଇ ଜିତିବା ପରେ ତ୍ରୟୋଦଶ ମୁକାବିଲାରେ ପରାଜିତ ହୋଇଥିବା ଏହି ହରିୟାଣା ମହାବୀର ବୁଧବାର ଘାନାର ଏଲିଆସୁ ସୁଲେଙ୍କୁ ଅତି ସହଜରେ ପରାସ୍ତ କରିଥିଲେ। ଏହି ଲଢ଼େଇ ଜିତିବାକୁ ୨ ରାଉଣ୍ଡରୁ ବି କମ୍ ସମୟ ନେଇଥିଲେ ସେ। ପଶ୍ଚିମ ଆଫ୍ରିକା ମୁଷ୍ଟିଯୁଦ୍ଧ ସଂଘ ବିଜେତା ଥିବା ସୁଲେଙ୍କୁ ହରାଇବା ପରେ ବିଜେନ୍ଦର ମଧ୍ୟ ନିଜ ଆତ୍ମବଳ ଫେରି ପାଇଛନ୍ତି। ଏବେ ତାଙ୍କ ଜୟ/ପରାଜୟ ପରିସଂଖ୍ୟାନ ୧୩/୧ରେ ପହଞ୍ଚିଛି। ବିଜେନ୍ଦର ତାଙ୍କ ପରବର୍ତ୍ତୀ ଲଢ଼େଇ ଆସନ୍ତା ଡିସେମ୍ବରରେ ଲଢ଼ିବେ।

ସମ୍ବନ୍ଧିତ ଖବର