ବିଜେନ୍ଦରଙ୍କ ବିଜୟଧାରା ଅଟକିଲା

ପଣଜି: ପ୍ରଥମ ‌ଭାରତୀୟ ପେସାଦାର ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହଙ୍କ ବିଜୟଧାରା ଅଟକି ଯାଇଛି। ଶୁକ୍ରବାର ରାତିରେ ରୁଷୀୟ ପ୍ରତିଦ୍ବନ୍ଦ୍ବୀ ଆର୍ଟିଶ ଲୋପସାନଙ୍କଠାରୁ ହାରିଯାଇଛନ୍ତି। ୨୦୧୫ ମସିହାରେ ପେସାଦାର ହେବା ପରଠାରୁ ଏହି ୨୦୦୮ ବେଜିଂ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ୧୨-୦ରେ ଆଗୁଆ ଥିଲେ। ମଣ୍ଡୋଭି ନଈ ଜଳରାଶି ମଧ୍ୟରେ ମାଜେଷ୍ଟିକ୍‌ ପ୍ରାଇଡ୍ କାସିନୋ ଛାତ ଉପରେ ଅନୁଷ୍ଠିତ ଏହି ଲଢ଼େଇ ରେଫରି ପଞ୍ଚମ ରାଉଣ୍ଡର ଏକ ମିନିଟ୍‌ ୯ ସେକେଣ୍ଡ୍‌ ବେଳେ ବିଜେନ୍ଦରଙ୍କୁ ଲୋପସାନ୍‌ ନକ୍ ଆଉଟ୍‌ କରିଦେଇଥିଲେ।

ସମ୍ବନ୍ଧିତ ଖବର