ଭିଜି ଟ୍ରଫି: ପୂର୍ବାଞ୍ଚଳର ଦ୍ବିତୀୟ ପରାଜୟ

ରାଜେଶ ଧୂପର ଶ୍ରେଷ୍ଠ ଖେଳାଳି

ଭୁବନେଶ୍ବର: ଗ୍ବାଲିଅରର ଆଇଟିଏମ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା‌ ବିଶ୍ବବିଦ୍ୟାଳୟସ୍ତରୀୟ ଅନ୍ତଃଜୋନ୍‌ ଭିଜି ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାରେ ପୂର୍ବାଞ୍ଚଳ ଦ୍ବିତୀୟ ପରାଜୟ ବରଣ କରିଛି। ରବିବାର ୪୫ ରନ୍‌ରେ ଉତ୍ତରାଞ୍ଚଳଠୁ ହାରିଥିବା ପୂର୍ବାଞ୍ଚଳ ‌ଦଳ ମଙ୍ଗଳବାର ଦକ୍ଷିଣାଞ୍ଚଳଠୁ ୩ ୱିକେଟ୍‌ରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ବେ ପୂର୍ବାଞ୍ଚଳ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶାର ରାଜେଶ ଧୂପର (୯୦ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ମଙ୍ଗଳବାର ଟସ୍‌ ଜିତି ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ୪୫.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା। ଦୁଇ ଓଡ଼ିଆ ତାରକା ରାଜେଶ ଅର୍ଧଶତକ ଓ କାର୍ତିକ ବିଶ୍ବାଳଙ୍କ ୪୬ ରନ୍‌ ଛଡ଼ା ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ ବିଫଳ ‌ହୋଇଥିଲେ। ଦକ୍ଷିଣାଞ୍ଚଳ ପକ୍ଷରୁ କେ ଶଶାଙ୍କ ଓ ୟୁଏଭି ବର୍ମା ୩ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଉତ୍ତରାଞ୍ଚଳ ୪୩.୫ ଓଭରରେ ୭ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଏସ୍‌ଏମ୍‌ ରାଜକୁମାର (୬୦) ଓ ଅଭିରଥ ରେଡ୍ଡୀ (୫୧) ଅର୍ଧଶତକ ହାସଲ କରିଥିଲେ। ବିପିନ ଚନ୍ଦ୍ରା ଓ ଦିବ୍ୟପ୍ରକାଶ ସିଂହ ୨ ଲେଖାଏଁ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର