କଟକ: ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହେଉଥିବା ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଘୋଷିତ ଦଳରେ ଅଭିଷେକ ରାଉତ, ପ୍ରୟାସ ସିଂହ, ଶାନ୍ତନୁ ମିଶ୍ର, ଶେଷଦୀପ ପାତ୍ରଙ୍କ ପରି ନୂଆ ମୁହଁଙ୍କୁ ଖେଳିବାର ସୁଯୋଗ ଦିଆଯାଇଛି। ରଣଜୀ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଦର୍ଶନକୁ ଆଧାର କରି ଏହି ଦଳ ଚୟନ କରାଯାଇଛି। ଫେବ୍ରୁଆରି ୭ ତାରିଖରେ ଓଡ଼ିଶା ପ୍ରଥମ ମ୍ୟାଚ୍ରେ ରେଳବାଇକୁ, ୮ ତାରିଖ ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବକୁ, ୧୧ ତାରିଖରେ ଆସାମ, ୧୩ରେ କର୍ଣ୍ଣାଟକ, ୧୪ରେ ବରୋଦା, ୧୬ରେ ହରିୟାଣା ବିପକ୍ଷରେ ଓଡ଼ିଶା ମ୍ୟାଚ୍ ଖେଳିବ। ସମସ୍ତ ମ୍ୟାଚ୍ ବାଙ୍ଗାଲୋରରେ ଖେଳାଯିବ।
ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟ, ଅରବିନ୍ଦ ସିଂହ, ଅନୁରାଗ ଷଡଙ୍ଗୀ, ରଂଜିତ ସିଂହ, ପ୍ରୟାସ ସିଂହ, ଅଭିଷେକ ରାଉତ, ସୂର୍ଯ୍ୟକାନ୍ତ ପ୍ରଧାନ, ଜୟନ୍ତ ବେହେରା, ଶାନ୍ତନୁ ମିଶ୍ର, ଶେଷଦୀପ ପାତ୍ର, ଦୀପକ ବେହେରା, ପି.ରୋଶନ କୁମାର ରାଓ, ସୌରଭ ରାଓ୍ଵତ।
ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ
ଅଭିଷେକ, ପ୍ରୟାସ, ଶାନ୍ତନୁ, ଶେଷଦୀପ ନୂଆ ମୁହଁ
/sambad/media/post_attachments/wp-content/uploads/2018/01/download-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)