ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିନାୟକ ଶତକରୁ ବଞ୍ଚିତ

ଓଡ଼ିଶା ୨୩୯/୭; ଅଗ୍ରଣୀ ଅଶା

କଟକ: ବୋସ୍‌ ପଡ଼ିଆରେ ଚାଲିଥିବା ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟରେ ଓଡ଼ିଶା ପ୍ରଥମ ପାଳିରେ ଅଗ୍ରଣୀ ପାଇବା ସମ୍ଭାବନା ଦେଖାଦେଇଛି। ଅଗ୍ରଣୀ ରନ୍‌ଠୁ ଓଡ଼ିଶା ମାତ୍ର ୨୪ ରନ୍‌ ଦୂରରେ ରହିଛି। ହେଲେ ଘରୋଇ ଦଳ ୭ ଓ୍ଵିକେଟ ହରାଇ ସାରିିଛି। ଦ୍ୱିତୀୟ ଦିନ ସୁଦ୍ଧା ଓଡ଼ିଶା ୮୫ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୩୯ ରନ୍‌ ସଂଗ୍ରହ କରିଛି। ସକାଳେ ଓଡ଼ିଶା ଶେଷ ଓ୍ଵିକେଟ୍‌ ହରାଇବା ସହିତ ବେଙ୍ଗଲ ୨୬୩ ରନ୍‌ରେ ସୀମିତ ରହିଥିଲା। ଓଡ଼ିଶାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବିଶ୍ୱଜିତ ପାତ୍ର (୫) ଆଉଟ ହୋଇଯିବାରୁ ଓଡ଼ିଶା ଆରମ୍ଭରୁ ଝଟ୍‌କା ପାଇଥିଲା। ଅନେ୍ଵଷ ତ୍ରିପାଠୀ (୨୪), ସଙ୍କେତ ବେହେରା (୨୩), ସୂର୍ଯ୍ୟ ମହାପାତ୍ର (୧୩)ଙ୍କ ଛୋଟଛୋଟ ଭାଗୀଦାରି ଯୋଗୁଁ ଓଡ଼ିଶା ଅଧିକ ସମୟ ବ୍ୟାଟିଂ କରିପାରିଥିଲା। ମଧ୍ୟକ୍ରମରେ ବିନାୟକ ମହାନ୍ତି ରକ୍ଷଣାତ୍ମକ ଶୈଳୀରେ ଖେଳି ୯୪ ରନ୍‌ରେ ଆଉଟ ହୋଇଥିଲେ। ଅନ୍ୟତମ ବ୍ୟାଟ୍ସମ୍ୟାନ ସମ୍ବିତ ବରାଳ ୪୨ ରନ୍‌ରେ ଆଉଟ ହୋଇଥିଲେ। ଖେଳ ବନ୍ଦ ହେବା ବେଳକୁ ସୁଶୀଲ ବାରିକ ଓ ବିକାଶ ନାଏକ କୌଣସି ରନ୍‌ ନକରି ଅପରାଜିତ ଥିଲେ।

ସମ୍ବନ୍ଧିତ ଖବର