ବିଜୟ ମର୍ଚ୍ଚାଣ୍ଟରେ ଶ୍ରେଷ୍ଠଙ୍କୁ ୫ ୱିକେଟ୍‌, ତ୍ରିପୁରା ୧୨୮, ଓଡ଼ିଶା ୯୧/୩

କଟକ: ଅଗରତାଲାରେ ଆରମ୍ଭ ହୋଇଥିବା ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶାର ଶ୍ରେଷ୍ଠ ସିଂହ ୫ ଓ୍ବିକେଟ ସଫଳତା ପାଇଛନ୍ତି। ପ୍ରଥମ ଦିନ ଟସ୍ ଜିତି ବ୍ୟାଟିଂ କରିଥିବା ତ୍ରିପୁରା ୧୨୮ ରନ୍‌ରେ ସୀମିତ ରହିଥିଲା। ଆନନ୍ଦ ଭୌମିକ ୪୪ ରନ୍ କରିଥିଲେ। ଆନନ୍ଦଙ୍କ ସହିତ ନବରୁନ ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ଗୁହା, ଅର୍କଜିତ ଦାସ, ପମିର ଦେବନିଥ, ଶ୍ରେଷ୍ଠଙ୍କ ଶିକାର ହୋଇଥିଲେ। ଜବାବରେ ଓଡିଶା ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୩ ଓ୍ବିକେଟ ବିନିମୟରେ ୯୧ ରନ୍ କରିଛି। ବିଶ୍ବ ବିଭବ ମୁଦୁଲି ୪୯, ବିଶ୍ବଜିତ ପାତ୍ର ୧୪, ସୂର୍ଯ୍ୟ ମହାପାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ଆଶୁତୋଷ ସାହୁ ଓ ବିଭାଂଶୁ ରାଏ ୮ ରନ୍ ଲେଖାଏଁ କରି ଅପରାଜିତ ଅଛନ୍ତି। ଦୀପ୍ତାନୁ ଚକ୍ରବର୍ତ୍ତୀ ୨ ଓ୍ବିକେଟ ପାଇଛନ୍ତି।

ସମ୍ବନ୍ଧିତ ଖବର