ବର୍ମିଙ୍ଗହମ୍‌: ଇଂଲଣ୍ଡରେ କ୍ରିକେଟ୍‌ ବିଶ୍ୱକପ୍‌ ଖେଳୁଥିବା ଭାରତୀୟ ଦଳକୁ ପୁଣି ଏକ ଝଟକା ଲାଗିଛି। ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି ଅଲ-ରାଉଣ୍ଡର ବିଜୟ ଶଙ୍କର। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିବା ହେତୁ ସେ ଆଉ ମ୍ୟାଚ୍‌ ଖେଳି ପାରିବେ ନାହିଁ ବୋଲି ଜଣାପଡ଼ିଛି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଡାକରା ଆସିପାରେ ବୋଲି ଆଶା କରାଯାଉଛି। ଏଥିଲାଗି ବିସିସିଆଇ ବିଧିବଦ୍ଧ ଭାବେ ଆଇସିସିକୁ ଅନୁରୋଧ କରିବ

Advertisment

ଗତକାଲି ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଟିମ୍‌-ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି କହିଥିଲେ ଯେ,ବିଜୟ ଶଙ୍କରଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି ଓ ତାଙ୍କୁ ବିଶ୍ରାମ ଦେବାକୁ ପଡ଼ିଛି। ତେଣୁ ଦଳ ପକ୍ଷରୁ ତାଙ୍କ ବଦଳରେ ଋଷଭ ପନ୍ଥଙ୍କୁ ପଡ଼ିଆକୁ ଓହ୍ଲାଯାଇଥିଲା।

publive-image timesofindia.indiatimes.com

ସୋମବାର ଟିମ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି କି,ଏହି ଆଘାତ ପରେ ବିଜୟ ଶଙ୍କର ଖେଳିବା ଲାଗି ଫିଟ୍‌ ନାହାନ୍ତି। ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ ଅଲରାଉଣ୍ଡର ମୟଙ୍କ ଅଗ୍ରଓ୍ଵାଲ୍‌ଙ୍କୁ ତାଙ୍କ ସ୍ଥାନ ପୂରଣ ଲାଗି ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଜୟଙ୍କ ବିଦାୟ  ପଛରେ ତାଙ୍କ ଖରାପ ପ୍ରଦର୍ଶନ ହିଁ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ପଡିଆରେ ତାଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ତାଙ୍କ ଖେଳ ସନ୍ତୋଷଜନକ ହେଉ ନଥିବା କଥା କ୍ରିକେଟପ୍ରେମୀ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ନଥିବାରୁ ତାଙ୍କୁ ବାଦ ଦେଇଛନ୍ତି କ୍ୟାପଟେନ ବିରାଟ ।