ରୋମ୍‌ କୁସ୍ତି ଟୁର୍ଣ୍ଣାମେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ପାଇ ପୁଣି ଶୀର୍ଷରେ ରହିଲେ ବିନେଶ ଫୋଗାଟ୍‌

କିୟିଭ୍‌ (ୟୁକ୍ରେନ୍‌): ରୋମ୍‌ରେ ଅନୁଷ୍ଠିତ ‘ମେଟିଓ ପେଲିକୋନ୍‌ ର‍୍ୟାଙ୍କିଙ୍ଗ୍‌ ସିରିଜ୍‌’ ଚୂଡ଼ାନ୍ତ କୁସ୍ତି ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ମହିଳା କୁସ୍ତି ଖେଳାଳି ବିନେଶ ଫୋଗାଟ୍‌ କାନାଡାର ଡାଏନା ଓ୍ଵିକର୍‌ଙ୍କୁ ୪-୦ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ସ୍ୱର୍ଣ୍ଣପଦକ ଜିଣି ବିନେଶ ତାଙ୍କ ବର୍ଗରେ ପୁନଶ୍ଚ ଶୀର୍ଷସ୍ଥାନ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଗତ ସପ୍ତାହରେ ସେ କିୟିଭ୍‌ରେ ସ୍ୱର୍ଣ୍ଣପଦକ ଜିଣିଥିଲେ।

Image Courtesy of Navbharat Times

ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମାର୍ଦ୍ଧରେ ବିନେଶ ସମସ୍ତ ପଏଣ୍ଟ୍‌ ହାସଲ୍‌ କରିବା ପରେ ବିନେଶ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଅଗ୍ରଣୀ ରହି ବିଜୟୀ ହୋଇଥିଲେ।
ବିଶ୍ୱର ତୃତୀୟ ଶ୍ରେଷ୍ଠ କୁସ୍ତି ଖେଳାଳି ଭାବେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରବେଶ କରିଥିବା ବିନେଶ ୧୪ ପଏଣ୍ଟ୍‌ ହାସଲ କରି ବିଶ୍ୱର ଏକ ନମ୍ବର ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ପୂର୍ବରୁ ୪୦ତମ ପାହ୍ୟାରେ ଥିବା କାନଡୀୟ ଖେଳାଳି ଏବେ ବିନେଶଙ୍କ ତଳକୁ ଅର୍ଥାତ୍‌ ଦୁଇ ନମ୍ବର ଖେଳାଳି ହେବାର ମର୍ଯ୍ୟାଦା ଲାଭ କରିଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ବିନେଶ ଗୋଟିଏ ହେଲେ ପଏଣ୍ଟ୍‌ ହାତଛଡ଼ା କରି ନାହାନ୍ତି।

ସମ୍ବନ୍ଧିତ ଖବର