ନୂଆଦିଲ୍ଲୀ: ଆଜି ପ୍ୟାରିସ ଅଲିମ୍ପିକ୍ସରୁ ବିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଏହି ଘୋଷଣା ସହ ଭାରତ ଏକ ପଦକ ହରାଇଛି।  ୫୦କିଲୋଗ୍ରାମ ଶ୍ରେଣୀର ମହିଳା ରେସଲିଂରେ ଭାଗ ନେଇଥିଲେ ବିନେଶ। ପ୍ରଥମ ଦିନ ସେ ବିରୋଧୀ ଟିମକୁ ହରାଇବା ପରେ ବୁଧବାର ପ୍ରତିଯୋଗିତା ପୂର୍ବରୁ ତାଙ୍କ ଓଜନ ୧୦୦ଗ୍ରାମ ଅଧିକ ଥିବା ଜଣାପଡ଼ିଥିଲା । ଏହା ପରେ ସେ ଅଲିମ୍ପିକ୍ ମହିଳା କୁସ୍ତି ଖେଳିବାକୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା।

Advertisment

ଏହା ପରେ ଲୋକମାନେ କହିବା ଆରମ୍ଭ କରିଛନ୍ତି ଯେ. ଏତିକି ଓଜନ ହ୍ରାସ କରାଯାଇପାରିଥାନ୍ତା ଏବଂ ଅନେକ ଖେଳାଳି ଅତୀତରେ ଏହା କରିଛନ୍ତି। ଏଭଳି ସ୍ଥିତିରେ ମେରୀ କମ କିଭଳି ୪ଘଣ୍ଟାରେ ୨କିଲୋ କମ କରିଥିଲେ, ତାହା ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ମେରି କମଙ୍କୁ ଥରେ ପୋଲାଣ୍ଡର ସିଲେସିଆନ୍ ଓପନ୍ ବକ୍ସିଂ ଟୁର୍ନାମେଣ୍ଟରେ ୪୮କିଲୋଗ୍ରାମ ଓଜନ ବର୍ଗରେ ଖେଳିବାର ଥିଲା। କିନ୍ତୁ ସେହି ଅନୁଯାୟୀ ତାଙ୍କ ଓଜନ ଅତ୍ୟଧିକ ଥିଲା। ଏପରି ପରିସ୍ଥିତିରେ ମେରି କମ ଚାରି ଘଣ୍ଟା ମଧ୍ୟରେ ଦୁଇ କିଲୋ ଓଜନ ହ୍ରାସ କରି ବକ୍ସିଂ କରିବାକୁ ଯୋଗ୍ୟ ପ୍ରମାଣିତ ହୋଇଥିଲେ। ସେ କହିଥିଲେ ଯେ, ସେ ଏକ ଘଣ୍ଟା ଦୌଡ଼ି ଡିଆଁ ଖେଳି ୨କିଲୋ ଓଜନ ହ୍ରାସ କରିଥିଲେ।

ତେବେ କୁହାଯାଉଛି ଯେ, ୧କେଜି ଓଜନ ବଢ଼ିଥିବାରୁ ବିନେଶ କେଶ କାଟିବା ସହ ସାଇକିଲିଂ କରିଥିଲେ। ଓଜନ କମାଇବା ପାଇଁ ଅନେକ ଚେଷ୍ଟା କରିଥିବା ବେଳେ ମାତ୍ର ୯୦୦ଗ୍ରାମ ଓଜନ କମ କରିପାରିଥିଲେ ବିନେଶ।  କମ ସମୟ ମିଳିଥିବାରୁ ସେ ନିଜ ଓଜନ ହ୍ରାସ କରିପାରିନଥିବା କୁହାଯାଉଛି।