ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ବିନେଶ ଫୋଗାଟ ରାଜନୀତି କ୍ଷେତ୍ରରେ ପାଦ ଥାପିଛନ୍ତି। ବିନେଶ ଫୋଗାଟ
କଂଗ୍ରେସ ଟିକେଟରେ ହରିୟାଣାର ଜୁଲାନାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ବିନେଶ ଫୋଗାଟ କହିଛନ୍ତି, ‘ଏବେ ମୋତେ କେବଳ ରାଜନୀତି ମହଲରେ ରହିବାକୁ ଅଛି। ଲୋକମାନଙ୍କ ଠାରୁ ଅନେକ ସମର୍ଥନ ପାଉଛି ଆଗକୁ ଆହୁରି ପାଇବାର ବି ଆଶା ରଖିଛି।

Advertisment

ଏହା ଏକ ବିରାଟ କ୍ଷେତ୍ର, କାମ କରିବାକୁ ପଡିବ । ଏହା ନୁହେଁ ଯେ ଠକି ଦେଇ ଚାଲିଯିବି। ଯାହା କଥା ଦେବି ତାହାକୁ କରି ଦେଖାଇି।   ମୁଁ ଗତ ୨୪ ବର୍ଷ ଧରି କୁସ୍ତି କରିଛି । ଏଥିରୁ ଶିଖିଛି ଶତ୍ରୁକୁ କେବେ ଦୁର୍ବଳ ଭାବି ବ ନାହିଁ। ନିଜ ଠାରୁ ଶତ୍ରୁ ଶକ୍ତିଶାଳୀ ଭାବି ସେଇ ଅନୁଯାୟୀ ସବୁବେଳେ ପ୍ରସ୍ତୁତ ରହିବା ଉଚିତ। ଏବେ ମୁଁ ରାଜନୀତି‌ରେ ଆଗକୁ ବଢ଼ିଛି। କୁସ୍ତିକୁ ଫେରିବା ସମ୍ଭବ ନୁହେଁ।’

ଏହି ମନ୍ତବ୍ୟ ପୂର୍ବରୁ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ସଭାପତି ବୃଜଭୂଷଣ ସିଂଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରିଛନ୍ତି। 

ଏହି କ୍ରମରେ ବିନେଶ କହିଥିଲେ ଯେ,‘ ମୋଦୀ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ କଥା ଶୁଣି ନଥିଲେ କାରଣ ସେ ବୃଜଭୂଷଣଙ୍କୁ ଭୟ କରନ୍ତି। ନହେଲେ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ କାହିଁକି ସମର୍ଥନ ପାଇଁ ଆଗେଇ ଆସି ନଥିଲେ। କାହିଁକି ମୁହଁ ଖୋଲି ନଥିଲେ।କିଛି ଘଟଣାକୁ କେନ୍ଦ୍ର କରିଛି। ଏଥିରୁ ବାସ ମୁଁ ଏତିକି ଜାଣିଛି କି ମୋଦୀ ବୃଜଭୂଷଣଙ୍କୁ ଭୟ କରନ୍ତି। ଭିତର କଥା ମୁଁ ଜାଣି ନାହିଁ। ତେଣୁ କିଛି କହି ପାରିବିନାହିଁ। ମୁଁ ମୋଦୀଙ୍କ ସହିତ ମିଶେ ଏହା ମୋର ସମର୍ଥକମାନେ ବି ଚାହାନ୍ତି ନାହିଁ।