ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ଫାଇନାଲରୁ ଅଯୋଗ୍ୟ ହେବା ପରେ ରେସଲର ଭିନେଶ ଫୋଗଟ ବୁଧବାର, ଅଗଷ୍ଟ ୭ ତାରିଖରେ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଅସୁସ୍ଥ ହୋଇ ପ୍ୟାରିସରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଛନ୍ତି। ଡିହାଇଡ୍ରେସନ୍ (ଶରୀରରୁ ଜଳୀୟ ଅଂଶ କମିଯିବା) କାରଣରୁ ଅଲିମ୍ପିଆନ୍ ହତାଶ ହୋଇପଡିଥିବା ସୂତ୍ରରୁ ପ୍ରକାଶ।
ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ବୁଧବାର ଦିନ ଓଜନ ସମୟରେ ମାତ୍ର ୧୫୦ ଗ୍ରାମ ଅଧିକ ଓଜନିଆ ଥିବାରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇଥିଲେ। ସେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ପାଇଁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ତାହା ପୂର୍ବରୁ ଖେଳିବା ପାଇଁ ଅଯୋଗ୍ୟ ଘୋଷିତ ହୋଇଗଲେ।
ପ୍ୟାରିସ୍ ଅଲିମ୍ପିକ୍ସ ୧୨ ଦିନରେ ପହଞ୍ଚିଥିବା ବେଳେ ଆଜି ଅଲିମ୍ପିକ୍ ଗେମ୍ସରେ ଏକ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ଭିନେଶ ଫୋଗଟଙ୍କ ଉପର ସଭିଙ୍କ ନଜର ରହିଥିଲା। ସେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିବା ବେଳେ ସେହି ଆଶା ଆଶାରେ ହିଁ ରହିଯାଇଛି।
ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ସମ୍ଭାବନାକୁ ଏକ ବଡ଼ ଝଟ୍କା ଲାଗିିଛି। ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ରେସଲିଂ ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇ ଯାଇଛନ୍ତି। ୨୯ ବର୍ଷୀୟା ଫୋଗଟଙ୍କ ଓଜନ ଫାଇନାଲରେ ୧୫୦ ଗ୍ରାମ ଅଧିକ ହୋଇଥିବାରୁ ଦ୍ୱିତୀୟ ଦିନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ହୋଇ ଯାଇଛନ୍ତି।
ଦୁର୍ଭାଗ୍ୟବଶତଃ ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ଫୋଗଟ୍ ଆଉ କୌଣସି ପଦକ ଜିତିବେ ନାହିଁ। ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୫୦ କିଲୋ ଥିବା ବେଳେ ବୁଧବାର ମାତ୍ର ୧୫୦ ଗ୍ରାମ୍ ବଢ଼ିିଯିବାରୁ ତାଙ୍କୁ ଖେଳରୁ ବିଦାୟ ନେବାକୁ ପଡ଼ିଛି।