ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିନେଶ ଫୋଗଟ ଗତଶୁକ୍ରବାର କଂଗ୍ରେସ ପାର୍ଟିରେ ସାମିଲ ହୋଇଯାଇଛନ୍ତି। ଏହାପରେ ଦଳ ତାଙ୍କୁ ହରିୟଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । 

Advertisment

ବିନେଶ କଂଗ୍ରେସରେ ସାମିଲ ହେବାପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣଜନତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖବର ମିଳିଛି କି ବିନେଶଙ୍କ କଂଗ୍ରେସରେ ମିଶିବା ନିଷ୍ପତ୍ତିରେ ମାମୁଁ ଓ କୁସ୍ତି ଗୁରୁ ମହାବୀର ସିଂହ ଖୁସି ନାହାନ୍ତି।

ମହାବୀର ଫୋଗଟ କହିଛନ୍ତି, ‘ବିନେଶଙ୍କ ଏଭଳି ନିଷ୍ପତ୍ତିରେ ମୁଁ ଆଦୌ ଖୁସି ନୁହେଁ। ମୁଁ ଚାହୁଁଛି ରାଜନୀତି ଛାଡ଼ି  ସେ ଆଉ ଏକ ଅଲିମ୍ପିକ୍ସ ଖେଳୁ। ’

ବି‌ନେଶ ଫୋଗଟ ହରିୟାଣାର ଜୁଲାନା ବିଧାନସଭା ଆସନ‌ରେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ବିନେଶ ତାଙ୍କ ବାପାଙ୍କ ପୈତୃକ ଗାଁ ବକ୍ତା ଖେଡ଼ାରୁ ଜୁଲାନା ବିଧାନସଭା ନିର୍ବାଚନର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ବିନେଶ ରୋଡ ସୋ’ ବି କରିଛନ୍ତି।

ବିନେଶ ଫୋଗଟ କଂଗ୍ରେସରେ ଯୋଗ ଦେବାପରେ କହିଥିଲେ, ‘ମୁଁ ଆଶ କରୁଛି ଆପଣମାନେ ମୋତେ ଯେଉଁ ଉଦ୍ଦେଶ୍ୟ ରଖି ଦଲରେ ସାମିଲ କରିଛନ୍ତି ମୁଁ ତାହାକୁ ପୁରଣ କରିପାରେ। କଂଗ୍ରେସକୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଖରାପ ସମୟରେ ହିଁ ଜଣାଯାଇଥାଏ ନିଜର କିଏ। ନିଜକୁ ଗର୍ବିତ ମନେ କରୁଛି । କାରଣ ମୁଁ ଆଜି ଏମିତି ଏକ ଦଳରେ ସାମିଲ ହୋଇଛି ଯିଏକି ସର୍ବଦା ମହିଳାଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଥାଏ।

ଯେତେବେଳେ ଆମକୁ ରାସ୍ତା ଘୋଷଡା ଯାଉଥିଲା ବିଜେପି(ଭାରତୀୟ ଜନତା ପାର୍ଟି)କୁ ଛାଡ଼ିଦେଲେ ସମସ୍ତ ଦଳ ଆମର ସମର୍ଥନ କରିଥିଲେ। ଆଜିଠାରୁ ମୁଁ ଏକ ନୂଆ ରାସ୍ତାରେ ପାଦ ଦେଇଛି। ଯେଉଁ ଲଢ଼େଇ ଥିଲା ତାହା ଜାରି ତ ରହିଥିବ। ମୋର ବିଶ୍ବାସ ମୁଁ ସେହି ଲଢ଼େଇ ବି ଜିତିବି। ଭୟ କରିବି ନାହିଁ କି ପଛକୁ ଘୁଞ୍ଚିବି ନାହିଁ।’