ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିନେଶ ଓ ବଜରଙ୍ଗ ପୁନିଆ ଆଜି ଅଧିକାରିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଦୁହେଁ ହରିୟାଣା ନିର୍ବାଚନ ଲଢ଼ିବାର ଯୋଜନା ରହିଛି। ଏହି ଖବର ସାମ୍ନାକୁ ଆସିବା ପରେ ବିନେଶ କାହିଁକି କଂଗ୍ରେସ ଦଳରେ ଯୋଗ ଦେବାକୁ ସ୍ଥିର କଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ।

Advertisment

ଏହାର ଉତ୍ତର ଦେବାକୁ ଯାଇ ବିନେଶ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଆଶ କରୁଛି ଆପଣମାନେ ମୋତେ ଯେଉଁ ଉଦ୍ଦେଶ୍ୟ ରଖି ଦଲରେ ସାମିଲ କରିଛନ୍ତି ମୁଁ ତାହାକୁ ପୁରଣ କରିପାରେ। କଂଗ୍ରେସକୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଖରାପ ସମୟରେ ହିଁ ଜଣାଯାଇଥାଏ ନିଜର କିଏ। ନିଜକୁ ଗର୍ବିତ ମନେ କରୁଛି । କାରଣ ମୁଁ ଆଜି ଏମିତି ଏକ ଦଳରେ ସାମିଲ ହୋଇଛି ଯିଏକି ସର୍ବଦା ମହିଳାଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଥାଏ।

ଯେତେବେଳେ ଆମକୁ ରାସ୍ତା ଘୋଷଡା ଯାଉଥିଲା ବିଜେପି(ଭାରତୀୟ ଜନତା ପାର୍ଟି)କୁ ଛାଡ଼ିଦେଲେ ସମସ୍ତ ଦଳ ଆମର ସମର୍ଥନ କରିଥିଲେ। ଆଜିଠାରୁ ମୁଁ ଏକ ନୂଆ ରାସ୍ତାରେ ପାଦ ଦେଇଛି। ଯେଉଁ ଲଢ଼େଇ ଥିଲା ତାହା ଜାରି ତ ରହିଥିବ। ମୋର ବିଶ୍ବାସ ମୁଁ ସେହି ଲଢ଼େଇ ବି ଜିତିବି। ଭୟ କରିବି ନାହିଁ କି ପଛକୁ ଘୁଞ୍ଚିବି ନାହିଁ।

ମୁଁ ସେହି ସମସ୍ତ ମହିଳାଙ୍କ ସହିତ ଛିଡ଼ା ହୋଇଛି ଯେଉଁମାନେ ନିଜକୁ ଅସହାୟ ମନେ କରୁଛନ୍ତି। ମୁଁ ଚାହିଁଥିଲେ କୁସ୍ତି ଜନ୍ତରମନ୍ତର ଛାଡ଼ି ପାରିଥାଆନ୍ତି। ବିଜେପି ଆଇଟି ସେଲ ମିଥ୍ୟା ପ୍ରଚାର କରିଥିଲା କି ମୋର କ୍ୟାରିୟର ଶେଷ ହୋଇଯାଇଛି।  ମୁଁ ନ୍ୟାସନାଲ ଖେଳିବାକୁ  ଚାହୁଁନାହିଁ। କିନ୍ତୁ  ମୁଁ ନ୍ୟାସନାଲ ଓ ଅଲିମ୍ପିକ୍ସ ବି ଖେଳିଲି।

କଂଗ୍ରେସରେ ଯୋଗ ଦେବା ପୂର୍ବରୁ ବିନେଶ ରେଳ ଚାକିରିରୁ ଇସ୍ତଫା ଦେଇ କହିଥିଲେ, ‘ରେଳବାଇରେ ଚାକିରି କରିବାର ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମୃତି ହୋଇ ରହିବ। ଏହି ମୁହୂର୍ତ୍ତ ମୋ ପାଇଁ ଗୌରବ।  ରେଳ ପରିବାର ପ୍ରତି ମୁଁ ସର୍ବଦା କୃତଜ୍ଞ। ଜୀବନର ଏହି ମୁହୂର୍ତ୍ତରେ ମୁଁ ନିଜସ୍ବ ଭାବେ ରେଳସେବାରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ମୋ ଉପରେ କେହି ଚାପ ପକାଇ ନାହାନ୍ତି। ମୋର ଇସ୍ତଫା ପତ୍ର ରେଳ ଅଧିକାରୀଙ୍କ ନିକଟରେ ଦାଖଲ କରିଛି। ଦେଶର ସେବା ପାଇଁ ରେଳବାଇ ଦ୍ବାରା ଦିଆଯାଇଥିବା ଅବସର ପାଇଁ ମୁଁ ଭାରତୀୟ ରେଳ ପରିବାର ପାଖରେ ଚିର ଋଣୀ।

ଅଧିକପଢ଼ନ୍ତୁ: ଚାକିରିରୁ ଇସ୍ତଫା ଦେଇଥିବା ବିନେଶଙ୍କ ଆୟ କେତେ ରହିଛି ଜାଣନ୍ତୁ