ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରୁ ଖାଲି ହାତରେ ଫେରିବା ପରେ ବିନେଶ ଫୋଗାଟ ରାଜନୀତି କ୍ଷେତ୍ରରେ ପାଦ ଥାପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

କଂଗ୍ରେସ ଟିକେଟରେ ହରିୟାଣାର ଜୁଲାନାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ବିନେଶ ଫୋଗାଟ ଏକ ବଡ଼ ଖୁଲାସା କରିଛନ୍ତି। ସେ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ସଭାପତି ବୃଜଭୂଷଣ ସିଂଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରିଛନ୍ତି। 

ଏହି କ୍ରମରେ ବିନେଶ କହିଛନ୍ତି ଯେ,‘ ମୋଦୀ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ କଥା ଶୁଣି ନଥିଲେ କାରଣ ସେ ବୃଜଭୂଷଣଙ୍କୁ ଭୟ କରନ୍ତି। ନହେଲେ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ କାହିଁକି ସମର୍ଥନ ପାଇଁ ଆଗେଇ ଆସି ନଥିଲେ। କାହିଁକି ମୁହଁ ଖୋଲି ନଥିଲେ।କିଛି ଘଟଣାକୁ କେନ୍ଦ୍ର କରିଛି। ଏଥିରୁ ବାସ ମୁଁ ଏତିକି ଜାଣିଛି କି ମୋଦୀ ବୃଜଭୂଷଣଙ୍କୁ ଭୟ କରନ୍ତି। ଭିତର କଥା ମୁଁ ଜାଣି ନାହିଁ। ତେଣୁ କିଛି କହି ପାରିବିନାହିଁ। ମୁଁ ମୋଦୀଙ୍କ ସହିତ ମିଶେ ଏହା ମୋର ସମର୍ଥକମାନେ ବି ଚାହାନ୍ତି ନାହିଁ।

ଏହାପରେ ବିନେଶଙ୍କୁ ପ୍ରଶ୍ନ କରାଯାଇଥିଲା ତୁମେ ପ୍ୟାରିସ ଅଲିମ୍ପିକ୍ସରୁ ପଦକ ଜିତି ଆସିଥିଲେ କ’ଣ ମୋଦୀଙ୍କୁ ଭେଟି ନଥାଆନ୍ତ? ଏହାର ଉତ୍ତର ଦେଇ ବିନେଶ କହିଥିଲେ, ‘ଏତେ ଦୂର କଥା ମୁଁ ଚିନ୍ତା କରି ନାହିଁ।  ମୁଁ ଜାଣି ନାହିଁ ସେଭଳି ପରିସ୍ଥିତି ଆସିଥି‌ଲେ ମୁଁ କ’ଣ କରିଥାଆନ୍ତି।  

ଏବେ ମୋତେ କେବଳ ରାଜନୀତି ମହଲରେ ରହିବାକୁ ଅଛି। ଲୋକମାନଙ୍କ ଠାରୁ ଅନେକ ସମର୍ଥନ ପାଉଛି ଆଗକୁ ଆହୁରି ପାଇବାର ବି ଆଶା ରଖିଛି। ଏହା ଏକ ବିରାଟ କ୍ଷେତ୍ର, କାମ କରିବାକୁ ପଡିବ । ଏହା ନୁହେଁ ଯେ ଠକି ଦେଇ ଚାଲିଯିବି। ଯାହା କଥା ଦେବି ତାହାକୁ କରି ଦେଖାଇି।   ମୁଁ ଗତ ୨୪ ବର୍ଷ ଧରି କୁସ୍ତି କରିଛି । ଭବିଷ୍ୟତରେ ଭଗବାନ କ’ଣ କରିବେ ମୁଁ ଜାଣେ ନାହିଁ । ଗତଦୁଇ ବର୍ଷ ହେବ ମୁଁ ଅନୁଭବ କରୁଛି ଭଗବାନ ଯାହା ଚାହୁଁଛନ୍ତି ତାହା ଘଟୁଛି, ମୁଁ କେବଳ ଏକ ମାଧ୍ୟମ ମାତ୍ର।’

ଏ ଖବର ପଢ଼ନ୍ତୁ: https://sambad.in/crime/bpsc-teacher-of-jahanabad-7060769