ଅଷ୍ଟ୍ରେଲିଆ କ୍ରିକେଟର୍‌ ଗ୍ଲେନ ମ୍ୟାକ୍ସୱେଲଙ୍କ ପତ୍ନୀ ଭିନି ରମଣ ଗର୍ଭବତୀ ଅଛନ୍ତି। ସେମାନଙ୍କ ଭଲାଇକାପୁ (ପାରମ୍ପରିକ ତାମିଲ ବେବି ସାୱାର) ଉତ୍ସବର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ଗ୍ଲେନ୍‌ ଓ ଭିନି। ଭିନି ମା’ ହେବାକୁ ଯାଉଥିବାର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଗୋଟିଏ ‌ଫଟୋରେ ଭିନି ନିଜ ହାତରେ ନୂତନ ଶଙ୍ଖା ପିନ୍ଧି ମାତୃତ୍ବ ଲାଭ ପାଇଁ ଆର୍ଶୀବାଦ ନେଉଥିବାର ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ‌ସେ ନୀଳ ରଙ୍ଗର ଶାଢ଼ୀ ସହ କମଳା ରଙ୍ଗର ବ୍ଲାଉଜ୍‌ ପିନ୍ଧି ମ୍ୟାକ୍ସୱେଲଙ୍କ ଉପରେ ଆଉଜି ପଡ଼ିଛନ୍ତି। ଗତ ବର୍ଷ ମାର୍ଚ୍ଚରେ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ପରମ୍ପରାରେ ଭିନି-ଗ୍ଲେନ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଚଳିତ ବର୍ଷ ମେ’ରେ ଏହି ଦମ୍ପତି ପ୍ରଥମ ସନ୍ତାନର ମାତାପିତା ହେବାକୁ ଯାଉଥିବା ସୂଚନା ଦେଇଥିଲେ।