ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ନିଶା ସେବନ ପାଇଁ ତାଙ୍କ କ୍ରିକେଟ କ୍ୟାରିୟର ବୁଡ଼ିବା ପରେ ଏବେ ଫୋନ ସଜାଡିବା ପାଇଁ ପାଖରେ ନାହିଁ ଟଙ୍କା। ୨ସପ୍ତାହ ଡାକ୍ତରଖାନାରେ ଭର୍ତ୍ତି ଥିବା ବିନୋଦଙ୍କ ପାଖ‌ରେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଅନ୍ୟମାନଙ୍କ ସହାୟତା ରାଶିରେ ସେ ସୁସ୍ଥ ହୋଇ ଫେରିଛନ୍ତି। ଏବେ ଜଣାପଡ଼ିଛି ଯେ, ଖୁବଶୀଘ୍ର ତାଙ୍କ ଘର ବିକ୍ରି ହୋଇପାରେ। 

Advertisment

ସୂଚନା ମୁତାବକ, କାମ୍ବଲିଙ୍କ ପାଖରେ ପୂର୍ବରୁ ଏକ ଆଇଫୋନ୍ ଥିଲା। କିନ୍ତୁ ସେ ୧୫,୦୦୦ ଟଙ୍କା ମରାମତି ପାଇଁ ଦେଇ ନପାରିବାରୁ ଜଣେ ଦୋକାନୀ ଏହାକୁ ୬ମାସ ତଳେ ନେଇଯାଇଥିଲେ। ୨ସପ୍ତାହ ପୂର୍ବରୁ କାମ୍ବଲିଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଏବଂ ମୂତ୍ରନଳୀ ସଂକ୍ରମଣ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲେ ମଧ୍ୟ ତାଙ୍କ ଆର୍ଥକ ଅବସ୍ଥା ସୁଧୁରିନଥିବା ଜଣାଯାଇଛି। 

କାମ୍ବଲିଙ୍କୁ ବିସିସିଆଇଠାରୁ ମାସିକ ୩୦,୦୦୦ଟଙ୍କା ପେନସନ ମିଳିଥାଏ। ଏଥିରେ ତାଙ୍କୁ ମାସକ ଯାକ ଚଳିବାକୁ ପଡେ। ଡାକ୍ତରଖାନାରେ ପଡ଼ିଥିବା ବେଳେ ତାଙ୍କୁ ଏକ ରାଜନୈତିକ ଦଳଠାରୁ ୫ଲକ୍ଷ ଟଙ୍କା ସହାୟତା ମିଳିଥିଲା, ଯାହା ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଯାଇଥିଲା। କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରିଆ ହେୱିଟ୍ କହିଛନ୍ତି ଯେ ସେମାନଙ୍କର ହାଉସିଂ ସୋସାଇଟି ୧୮ଲକ୍ଷ ଟଙ୍କାର ରକ୍ଷଣାବେକ୍ଷଣ ଫି’ ପାଇଁ ସେମାନଙ୍କ ପିଛା କରୁଛି। ପାଖରେ ଟଙ୍କା ନଥିବାରୁ ଆମେ କୌଣସି ମୂହୁର୍ତ୍ତରେ ଆମ ଘର ହରାଇପାରୁ।