ଟୋକିଓ ପାରାଲିମ୍ପିକ: ଡିସକସ୍ ଥ୍ରୋରେ ବିନୋଦ କୁମାର ଜିତିଲେ ବ୍ରୋଞ୍ଜ ପଦକ

ଟୋକିଓ: ଭାରତକୁ ମିଳିଲା ତୃତୀୟ ପଦକ | ପୂର୍ବରୁ ଟେବୁଲ୍‌ ଟେନିସ୍ ଓ ଲମ୍ବ ଡିଆଁ (ହାଇଜମ୍ପ)ରେ ଭାବିନା ପଟେଲ୍‌ ଓ ନିଶାଦ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ଏବେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ | ଡିସକସ୍ ଥ୍ରୋରେ ବିନୋଦ କୁମାର ଜିତିଛନ୍ତି ବ୍ରୋଞ୍ଜ ପଦକ |

ବିନୋଦ କୁମାର ୧୯.୯୧ ମିଟର ଫିଙ୍ଗିବା ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି | ଏହାସହ ପୋଲାଣ୍ଡର ପିଓଟର କୋସେଭିଚ୍ ୨୦.୦୨ ମିଟର ଡିସକସ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି | ସେହିଭଳି କ୍ରୋଏସିଆର ଭେଲିମିର ସାଣ୍ଡୋର ରୌପ୍ୟ ପଦକ ଜିତିଛନ୍ତି। ସେ ୧୯.୯୮ ମିଟର ଡିସକସ୍ ଫିଙ୍ଗିଥିଲେ |

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିନୋଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

indiatoday.in

ଉଲ୍ଲେଖଯୋଗ୍ୟ, ଲମ୍ବ ଡିଆଁ (ହାଇଜମ୍ପ)ରେ ରୌପ୍ୟ ପଦକ ଜିତିଥିଲେ ନିଶାଦ କୁମାର | ପ୍ରଥମ ପ୍ରୟାସରେ ନିଶାଦ କୁମାର ୨.୦୨ ମିଟର ଡେଇଁଥିବା ବେଳେ ଦ୍ୱିତୀୟ ପ୍ରୟାସରେ ସେ ୨.୦୬ ମିଟର ଡେଇଁଥିଲେ | ସେହିଭଳି ଟେବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ଭାରତର ଭାବିନା ପଟେଲ୍‌ | ଚୀନ୍‌ର ୟିଙ୍ଗ୍‌ଙ୍କଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଥିଲେ ବି ପାରାଲିମ୍ପିକରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ।

 

ସମ୍ବନ୍ଧିତ ଖବର