୨ଟି ଦିନିକିଆ ମ୍ୟାଚ୍‌ ବାସନ୍ଦ ପାଇଁ ସୁପାରିଶ କଲେ ବିନୋଦ ରାଏ

ନୂଆଦିଲ୍ଲୀ: ବିସିସିଆଇ କମିଟି ଅଫ୍‌ ଅଡମିନିଷ୍ଟ୍ରଟରର ମୁଖ୍ୟ ବିନୋଦ ରାଏ ଭାରତୀୟ କ୍ରିକେଟିୟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍‌ ବାସନ୍ଦ ପାଇଁ ସୁପାରିଶ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଏକ ଟିଭି ଶୋରେ ମହିଳାମାନଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ବିନୋଦ ରାଏ ଏହି ସୁପାରିଶ କରିଛନ୍ତି। ତେବେ ଏ ଦିଗରେ ଉପଯୁକ୍ତ ପରାମର୍ଶ ପାଇଁ କମିଟି ଅଫ୍‌ ଅଡମିନିଷ୍ଟ୍ରଟରର ଅନ୍ୟତମ ଆଡମିନିଷ୍ଟ୍ରେଟର ଡି ଏଡୁଲଜୀ ମାମଲାକୁ ବିସିସିଆଇର ଆଇନ୍‌ ସେଲକୁ ପଠାଇ ଦେଇଛନ୍ତି।


ସୂଚନାଯୋଗ୍ୟ ଯେ ପାଣ୍ଡ୍ୟାଙ୍କ ଅଶାଳୀନ ମନ୍ତବ୍ୟ ନେଇ ଚାରିଆଡେ ସ୍ୱର ଉଠିବା ପରେ କମିଟି ଅଫ୍‌ ଅଡମିନିଷ୍ଟ୍ରଟର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାର ଜବାବରେ ପାଣ୍ଡ୍ୟା ଦୁଃଖପ୍ରକାଶ କରିଥିଲେ ଏବଂ ଏପରି ବ୍ୟବହାର ଭବିଷ୍ୟତରେ ସେ ଆଉ ଦେଖାଇବେ ନାହିଁ ବୋଲି ଜଣାଇଥିଲେ। ମାତ୍ର ଏହା କମିଟି ଅଫ୍‌ ଅଡମିନିଷ୍ଟ୍ରଟରର ମୁଖ୍ୟ ବିନୋଦ ରାଏ ସନ୍ତୁଷ୍ଟ କି ପାରି ନ ଥିଲା।ତେଣୁ ସେ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ଦୁଇଟି ଲେଖାଏଁ ମ୍ୟାଚ୍‌ ବାସନ୍ଦ କରିବାକୁ ସୁପାରିଶ କରିଛନ୍ତ ବୋଲି ଶ୍ରୀ ରାଏ କହିଛନ୍ତି।

ସମ୍ବନ୍ଧିତ ଖବର