ନୂଆଦିଲ୍ଲୀ: ଭାରତ ରବିବାର ହାଇଦ୍ରାବାଦରେ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ହରାଇ ଶୃଙ୍ଖଳା ୨-୧ରେ କବ୍ଜା କରିଥିଲା। ଶୃଙ୍ଖଳାର ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତ ସମ୍ମୁଖରେ ୧୮୭ ରନ୍ର ବିଜୟ ଲକ୍ଷ୍ୟ ଥିଲା। ଡାନିଏଲ୍ ସାମ୍ସଙ୍କୁ ପାଣ୍ଡ୍ୟା ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ଏହି ବିଜୟ ପରେ ଷ୍ଟାଡିୟମରେ ଥିବା ଦର୍ଶକ ଏବଂ ଭାରତୀୟ ଡ୍ରେସିଂ ରୁମ୍ରେ ଉତ୍ସବ ଦେଖିବାକୁ ମିଳିଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଡ୍ରେସିଂ ରୁମ୍ ବାହାରକୁ ଆସି ଅପଷ୍ଟେୟାର ପାହାଚରେ ମ୍ୟାଚ୍ ଦେଖୁଥିଲେ। ବିରାଟ ପ୍ୟାଡ୍ ଓହ୍ଲାଇ ନଥିଲେ। ଯେତେବେଳେ ଶେଷ ୨ ବଲ୍ରେ ୪ ରନ୍ ଆବଶ୍ୟକ ଥିଲା। ସେହି ସମୟରେ ସାମ୍ସଙ୍କ ଏକ ଅଫଷ୍ଟମ୍ପ୍ ବାହାର ବଲ୍କୁ କଟ୍ କରି ଦେଇଥିଲେ ହାର୍ଦିକ। ଏହା ସ୍ଲିପ୍ ଓ ୱିକେଟ୍ରକ୍ଷକ ମଧ୍ୟ ଦେଇ ବାଉଣ୍ଡରିରେ ଅତିକ୍ରମ କରି ଯାଇଥିଲା। ଏହି ସମୟରେ ବିରାଟ ଓ ରୋହିତ ପରସ୍ପରକୁ ହାତରେ ଆଲିଙ୍ଗନ କରି ବିଜୟ ଉତ୍ସବ ପାଳନ କରିଥିଲେ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ଏହାକୁ ଦେଖି ଉଭୟଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ଚର୍ଚ୍ଚା ଚାଲୁଥିଲା ବେଳେ ଏହି ଭିଡିଓ କିନ୍ତୁ ସମ୍ପର୍କ ଠିକ୍ଠାକ୍ ଥିବା ଦର୍ଶାଉଛି। ଏହି ମ୍ୟାଚ୍ରେ ବିରାଟ ୪୮ ବଲ୍ରୁ ୬୩ ରନ୍ କରିଥିଲେ।
କୋହଲି-ରୋହିତଙ୍କ ଭିଡିଓ ଭାଇରାଲ୍
/sambad/media/post_attachments/wp-content/uploads/2022/09/654dg65j4g65j4j65jg.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)