ବେଙ୍ଗାଲୁରୁ: ଦ୍ବିତୀୟ ଭାରତୀୟ ଭାବେ ବିରାଟ କୋହଲି ଟ୍ବେଣ୍ଟି-୨୦ କ୍ରିକେଟରେ ୮,୦୦୦ ରନ୍ ମାଇଲଖୁଣ୍ଟ୍ ଅତିକ୍ରମ କରିଛନ୍ତି। ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଏହି ଆରସିବି ଅଧିନାୟକ ବ୍ୟକ୍ତିଗତ ଭାବେ ୧୭ ରନ୍ରେ ପହଞ୍ଚିଥିବା ବେଳେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ପୂର୍ବରୁ ସୁରେଶ ରାଇନା ପ୍ରଥମ ଭାରତୀୟ ଭାବେ ଏହି କ୍ଲବ୍ରେ ସାମିଲ ଥିଲେ। ରାଇନା ଏବେ ୩୦୬ ଟ୍ବେଣ୍ଟି-୨୦ ମ୍ୟାଚ୍ରୁ ୮୧୧୦ ରନ୍ କରିଛନ୍ତି। କୋହଲି ଦେଶ ପାଇଁ ଖେଳିଥିବା ୬୭ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରୁ ୨୨୬୩ ରନ୍ ସଂଗ୍ରହ କରିଛନ୍ତି। କିନ୍ତୁ ନିଜର ୨୫୬ତମ ମ୍ୟାଚ୍ରୁ ୪ ଶତକ, ୫୬ ଅର୍ଧଶତକ ବଳରେ ୮୦୦୦ ରନ୍ ଟପିଛନ୍ତି। ବିଶ୍ବରେ କିନ୍ତୁ କିଙ୍ଗ୍ ଅଫ୍ ଟ୍ବେଣ୍ଟି-୨୦ ଭାବେ ପରିଚିତ କ୍ରିସ୍ ଗେଲ୍ ୩୭୪ ମ୍ୟାଚ୍ରୁ ୧୨,୪୫୭ ରନ୍ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି। ଅବସରପ୍ରାପ୍ତ ନ୍ୟୁଜିଲାଣ୍ଡ୍ ଖେଳାଳି ବ୍ରେଣ୍ଡନ୍ ମ୍ୟାକଲମ୍ (୯୯୨୨) ଦ୍ବିତୀୟ ସ୍ଥାନରେ ଏବଂ ଅନ୍ୟତମ ୱେଷ୍ଟଇଣ୍ଡିଆନ୍ କିରଣ ପୋଲାର୍ଡ (୯୦୮୭) ତାଙ୍କ ପଛକୁ ତୃତୀୟରେ ରହିଛନ୍ତି। ଶୁକ୍ରବାର କୋହଲି ମଧ୍ୟ ଚଳିତ ଋତୁର ପ୍ରଥମ ଏବଂ ଆଇପିଏଲ୍ରେ ୩୫ତମ ଅର୍ଧଶତକ ହାସଲ କରିଥିଲେ। ଟ୍ବେଣ୍ଟି-୨୦ ଅଧିନାୟକ ଭାବେ ସେ ମଧ୍ୟ ଗୌତମ ଗମ୍ଭୀରଙ୍କ ଅର୍ଧଶତକ (୩୫) କୀର୍ତିମାନର ସମକକ୍ଷ ହୋଇଛନ୍ତି। ୩୦ ବର୍ଷ ୧୫୧ ଦିନ ବୟସରେ କୋହଲି ମଧ୍ୟ ଏହି ମାଇଲଖୁଣ୍ଟ୍ ଛୁଇଁବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି।
ବିରାଟଙ୍କ ୮,୦୦୦ ରନ୍
/sambad/media/post_attachments/wp-content/uploads/2018/11/Virat-Kohli-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)