ବିରାଟ-ଅନୁଷ୍କାଙ୍କ ନୌବିହାର

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୩୧୮ ରନ୍‌ର ବୃହତ୍ ବ୍ୟବଧାନରେ ଜିତିବା ପରେ ଭାରତୀୟ ଖେଳାଳିମାନେ ଆଣ୍ଟିଗୁଆର ବିସ୍ତିର୍ଣ୍ଣ ସାମୁଦ୍ରିକ ଜଳରାଶିରେ ନୌକା ପାର୍ଟି କରି ଖୁସୀ ମନାଇଛନ୍ତି। ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ଏକ ବିଳାଶପୂର୍ଣ୍ଣ ନୌକା ଉପରେ କୋହଲି, ଅନୁଷ୍କା, ରବିଚନ୍ଦ୍ରନ୍‌ ଅଶ୍ବିନ ଓ ମୟଙ୍କ ଅଗ୍ରୱାଲଙ୍କ ସହ ନିଜର ଏକ ଫଟୋ କେଏଲ୍‌ ରାହୁଲ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏହା ତଳେ ସେ ଲେଖିଛନ୍ତି ସମୁଦ୍ର ପାଖ ଏବଂ ସୂର୍ଯ୍ୟାସ୍ତର ମିଳନ ଅତି ମଧୁର। ସୂଚନାଯୋଗ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା‌େର ଭାରତ ୧-୦ରେ ଆଗୁଆ ହୋଇଛି। ୩୦ ତାରିଖରୁ ଜାମାଇକାରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟକୁ ଜିତି କୋହଲି ବାହିନୀ ୨-୦ରେ ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ରହିଛି। ଏହା ପୂର୍ବରୁ ଖେଳା ଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ ଏବଂ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି।

ସମ୍ବନ୍ଧିତ ଖବର