ଏକାନ୍ତବାସରେ ରହିବାକୁ ବିରୁଷ୍କାଙ୍କ ଆହ୍ବାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ମହାମାରୀ କରୋନା ଭୂତାଣୁରୁ ରକ୍ଷା ପାଇବା ଲାଗି ଏକାନ୍ତବାସରେ ରହିବା ଲାଗି ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ବିରୁଷ୍କା (ବିରାଟ ଓ ଅନୁଷ୍କା) ଭାବେ ପରିଚିତ ଏହି କ୍ରିକେଟର୍‌ ଓ ଅଭିନେତ୍ରୀ ପତିପତ୍ନୀ ଟ୍ବି‌ଟର୍‌ ପୃଷ୍ଠାରେ ଏକ ଭିଡିଓ ବାର୍ତ୍ତା ଛାଡ଼ିଛନ୍ତି। ଯେଉଁଥିରେ ଉଭୟ ଜନସାଧାରଣଙ୍କୁ ଘରେ ରହିବା ଲାଗି ଅନୁରୋଧ କରିଛନ୍ତି। ଆମେ ସମସ୍ତେ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ ବୋଲି କୋହଲି ଏହି ଭିଡିଓରେ କହିଛନ୍ତି। କରୋନା ଭୂତାଣୁର ବିସ୍ତାରକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ସମସ୍ତେ ଏକାଠି ଅଭିନୟ କରିବା ବୋଲି ଅନୁଷ୍କା କହିଛନ୍ତି। ଆମେ ଆମର ସୁରକ୍ଷା ତଥା ଅନ୍ୟ ସମସ୍ତଙ୍କ ପାଇଁ ଘରେ ରହିଛୁ ବୋଲି କୋହଲି କହିବା ପରେ ଅନୁଷ୍କା ପରାମର୍ଶ ଦେଇଛନ୍ତି ‘… ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ତୁମେ ମଧ୍ୟ ଏହା କରିବା ଉଚିତ।’ ଏହାପରେ ପୁଣି କହିଛନ୍ତି, ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ସୂଚନାଯୋଗ୍ୟ ଯେ ଏହି ମହାମାରୀକୁ ରୋକିବାକୁ ହେଲେ ଏକାନ୍ତବାସରେ ରହିବା ନିହାତି ଜରୁରୀ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ ବେଳେ କହିଥିଲେ। ଏଥିସହ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେହି ଘରୁ ନ ବାହାରି ସ୍ବତଃପ୍ରୋତ ଭାବେ ‘ଜନତା କର୍ଫ୍ୟୁ’ ଲଗାଇବା ଲାଗି ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ମୋଦୀଙ୍କୁ ସମର୍ଥନ ଜଣାଇ ବିରୁଷ୍କାଙ୍କ ବାଦ୍‌ ବହୁ କ୍ରୀଡ଼ାବିତ୍‌ ମଧ୍ୟ ଏହି ମହାମାରୀରୁ ରକ୍ଷା ପାଇବା ଲାଗି ଏକାନ୍ତବାସରେ ରହିବା ପାଇ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର