ଧୋନିଙ୍କ ଭଳି କୋହଲି ଶାନ୍ତ ହୋଇପାରିବେନି: ହୁସେନ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୪ରେ ‌ମହେନ୍ଦ୍ର ସିଂହ ଧୋନିଙ୍କଠୁ ଟେଷ୍ଟ୍‌ ନେତୃତ୍ବ ଭାର ନେଇଥିଲେ ଏବଂ ୨୦୧୭ରେ ଦିନିକିଆ ଦାୟିତ୍ବ ନେଇଥିଲେ। ହେଲେ ଧୋନିଙ୍କ ଶୈଳୀକୁ କୋହଲି ଅନୁସରଣ କରିନଥିବାରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍‌ ତାଙ୍କୁ ପ୍ରଶଂସା କରିଛନ୍ତି। ମୁଁ ପ୍ରଥମେ କହିବି କୋହଲି ହେଉଛନ୍ତି ଜଣେ ନିଜସ୍ବ ମଣିଷ। ଧୋନିଙ୍କ ପରେ ସେ ଦଳକୁ ସହଜରେ ଆଗକୁ ନେଇଛନ୍ତି। ହେଲେ ମୁଁ ଧୋନିଙ୍କୁ ବହୁତ ପସନ୍ଦ କରେ, ସେ ଜଣେ ଭଲ ଗଣନାକାରୀ ଫିନିସର୍‌, ଥଣ୍ଡା ମିଜାଜ ଓ ଶାନ୍ତ ମଣିଷ। କିନ୍ତୁ ବିରାଟ କୋହଲି କେବେ ବି ତାଙ୍କ ଭଳି ଥଣ୍ଡା ଓ ଶାନ୍ତ ମଣିଷ ହୋଇପାରିବେ ନାହିଁ ବୋଲି ଷ୍ଟାର ସ୍ପୋର୍ଟ୍ସ ସୋ’ ଦ ଇଣ୍ଡିଆନ୍‌ କ୍ୟାପ୍‌ଟେନ୍‌ ଅନ୍‌ ଦି କ୍ରିକେଟ୍‌ କନେକ୍ଟେଡ୍‌ରେ ହୁସେନ ପ୍ରକାଶ କରିଛନ୍ତି। ଧୋନିଙ୍କ ଅଧିନାୟକତ୍ବ ସମୟରେ କୋହଲି ଉଭୟ ଟେଷ୍ଟ୍‌ ଓ ଦିନିକିଆ ପଦାର୍ପଣ କରିଥିଲେ। ଧୋନି ୨୦୦ ଏକଦିବସୀୟରେ ନେତୃତ୍ବ ନେଇଥିଲା ବେଳେ ୧୧୦ଟିରେ ବିଜୟ ଓ ୭୪ଟିରେ ହାରିଛନ୍ତି। କୋହଲି ୮୯ରୁ ୬୨ ବିଜୟ ଓ ୨୪ ପରାଜୟ ବରଣ କରିଛନ୍ତି। କୋହଲିଙ୍କ ବିଜୟ ପ୍ରତିଶତ ୭୧.୮୩ ରହିଛି। ଧୋନି ୬୦ ଟେଷ୍ଟ୍‌ରୁ ୨୭ଟିରେ ଜିତିଥିଲା ବେଳେ କୋହଲି ୫୫ରୁ ୩୩ଟିରେ ବିଜୟ ପାଇ ଭାରତର ସଫଳତମ ଅଧିନାୟକ କୃତ୍ତିତ୍ବ ହାସଲ କରିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ୭୧ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳା ଜିତିଥିଲା।

ସମ୍ବନ୍ଧିତ ଖବର