ବେଙ୍ଗାଲୁରୁ : ନିକଟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଏକ ହୋଟେଲରେ ଲୋକଭିଡ ଭିତରେ ଫସି ଯାଇଥିଲେ। ଏବେ ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଷ୍ଟାର ଦମ୍ପତି ହୋଟେଲରୁ ବାହାରକୁ ଯିବାକୁ ସଂଘର୍ଷ କରୁଛନ୍ତି।
ସୂଚନା ଅନୁଯାୟୀ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ବହୁସଂଖ୍ୟକ ପ୍ରଶଂସକ ବିରାଟ-ଅନୁଷ୍କା ଯାଇଥିବା ଏକ ହୋଟେଲ ବାହାରେ ଭିଡ ଜମାଇଥିଲେ। ଏହି ପ୍ରଶଂସକମାନେ ବିରାଟ କୋହଲି ଓ ଆରସିବିର ନାରା ଦେଇ ଜୋରରେ ପାଟି କରି ଖୁସି ମନାଇଥିଲେ। କୋହଲି ଓ ଅନୁଷ୍କାଙ୍କ ଦେହରକ୍ଷୀଙ୍କୁ ସେଠାରୁ ସେମାନଙ୍କୁ ବାହାର କରିବା ପାଇଁ ବହୁ ହଇରାଣ ହେବାକୁ ପଡିଥିଲା।
ବିରାଟ-ଅନୁଷ୍କାଙ୍କୁ ଇଣ୍ଡଷ୍ଟ୍ରିର ପାୱାର୍ କପଲ କୁହାଯାଏ। ଏହି ଦମ୍ପତି ବାଙ୍ଗାଲୋରର ସିଟିଆର ମଲେଶ୍ୱରାମ ହୋଟେଲରେ ଭୋଜନ କରିବାକୁ ଯାଇଥିଲେ, କିନ୍ତୁ ସେମାନେ ଜାଣି ନଥିଲେ ଯେ ଏହି ମଧ୍ୟାହ୍ନ ଭୋଜନ ଉଭୟଙ୍କ ପାଇଁ କିଛି ଏମିତି ଅସୁବିଧା ସୃଷ୍ଟି କରିବ । କିଛି ସମୟ ମଧ୍ୟରେ ଆରସିବିର ବହୁ ସଂଖ୍ୟକ ପ୍ରଶଂସକ ସେହି ହୋଟେଲରେ ପହଂଚି ଯାଇଥିଲେ ସେଲ୍ଫି ନେବାପାଇଁ। ହୋଟେଲ ବାହାରେ ସେମାନଙ୍କୁ ଦେଖିବା ଲାଗି ବିରାଟ ଜନସମାଗମ ହୋଇଥିଲା।
.@imVkohli and @AnushkaSharma spotted this legendary #CTR Malleshwaram restaurant..crowd chants #RCB#RCBpic.twitter.com/tPCocgI1en
— A Sharadhaa (@sharadasrinidhi) April 22, 2023
ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି ଏବଂ ଲୋକମାନେ ଏଥିରେ ନିଜର କମେଣ୍ଟ ଦେଇଛନ୍ତି । ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି - ବିଶ୍ୱାସ ହେଉନାହିଁ ଯେ ଏତେ ସଂଖ୍ୟକ ପ୍ରଶଂସକ ଆସିଗଲେ। ସେହିଭଳି ଆଉ ଜଣେ ଲେଖିଛନ୍ତି - ମୁଁ ଏହି ପ୍ରକାର ଜୀବନ ଚାହେଁ ନାହିଁ ଯେଉଁଥିରେ ଆପଣ ଖୋଲା ଭାବରେ ଖାଇବାକୁ ବାହାରକୁ ଯାଇପାରିବେ ନାହିଁ। ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି - ଭଗବାନ ଏହିପରି ପ୍ରଶଂସକଙ୍କଠାରୁ ରକ୍ଷା କରନ୍ତୁ।