ଶ୍ରୀଲଙ୍କାରେ ହୋଇଥିଲା ବିବାହ ତିଥି ନିର୍ଦ୍ଧାରଣ, ବିରାଟ-ଅନୁଷ୍କା କରିବେ କୋର୍ଟ ମ୍ୟାରେଜ

ଅନୁଷ୍କା ପରିବାରର ଗୁରୁ ବିବାହ ତିଥି ଗୁପ୍ତ ରଖିବାକୁ ଦେଇଥିଲେ ପରାମର୍ଶ

ନୂଅଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ଆଉ ୩ ଦିନ ବାକି ରହିଲା। ଏଥି ପାଇଁ କୋହଲି ଓ ଅନୁଷ୍କା ସେମାନଙ୍କର ପରିବାର ସହିତ ଇଟାଲି ପାଇଁ ଗସ୍ତ କରି ସାରିଛନ୍ତି। ସେଲିବ୍ରେଟିଙ୍କ ବିବାହ ପାଇଁ ଶ୍ରୀଲଙ୍କାରେ ବିବାହ ତିଥି ଡିସେମ୍ବର ୧୨କୁ ନିର୍ଦ୍ଧାରଣ ହୋଇଥିଲା। ସେମାନେ ୨୦୧୮ ଜାନୁଆରି ୪ରେ ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ରେଜିଷ୍ଟ୍ରୀ ମ୍ୟାରେଜ କରିିବାକୁ ଯାଉଛନ୍ତି। ଏଥି ପାଇଁ ଅନୁଷ୍କା ରେଜିଷ୍ଟ୍ରୀ ମ୍ୟାରେଜ ଫର୍ମ ନେଇ ସାରିଛନ୍ତି। ବିରାଟ-ଅନୁଷ୍କାଙ୍କ ବିବାହ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ସେମାନଙ୍କର ବିବାହ ତିଥିକୁ ଅନୁଷ୍କା ପରିବାରର ଗୁରୁଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଗଷ୍ଟରେ ଅନୁଷ୍କାଙ୍କ ପରିବାରର ଗୁରୁ ଶ୍ରୀଲଙ୍କାରେ ବିରାଟ ଓ ଅନୁଷ୍କାଙ୍କୁ ଭେଟିଥିଲେ। ଏହା ପରେ ଗ୍ରହ-ନକ୍ଷତ୍ର ଦେଖାଯାଇ ଡିସେମ୍ବର ୧୨କୁ ଶୁଭ ମୂହୁର୍ତ୍ତ ବାହାର କରାଯାଇଥିଲା। କିନ୍ତୁ ସେତେବେଳେ ସେମାନେ ସ୍ଥିର କରିଥିଲେ ଯେ, ବିବାହ ତିଥିକୁ ବାହାରେ ଖୁଲାସା କରାଯିବ ନାହିଁ।

ମୁମ୍ବାଇରୁ ଅନୁଷ୍କା, ଦିଲ୍ଲୀରୁ ବିରାଟଙ୍କ ସୁଇଜରଲାଣ୍ଡ ଗସ୍ତ

ଅନୁଷ୍କା ନିଜର ପରିବାର ସହିତ ମୁମ୍ବାଇରୁ ଓ ବିରାଟ ଏକାକୀ ଦିଲ୍ଲୀରୁ ସୁଇଜରଲାଣ୍ଡ ଯାଇଛନ୍ତି। ସୁଇଜରଲାଣ୍ଡରୁ ସମସ୍ତେ ଏକାଠି ହୋଇ ଇଟାଲି ଯିବେ। ‘ମିଲାନ’ ସହରରେ ସେଲିବ୍ରେଟିଙ୍କ ବିବାହ ହେବ। ଅନୁଷ୍କାଙ୍କ ପରିବାରର ପଣ୍ଡିତ ମଧ୍ୟ ସାଥୀରେ ଯାଇଛନ୍ତି। ବିବାହ ପାଇଁ ଅନୁଷ୍କା ପଡ଼ୋଶୀମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ତାଙ୍କର ପିତା ପଡ଼ୋଶୀଙ୍କୁ ଫୋନ୍‌ ମାଧ୍ୟମରେ ନିମନ୍ତ୍ରଣ ଦେଇଛନ୍ତି।

ବିରାଟ କୋହଲି ଅକ୍ଟୋବରରେ ବିସିସିଆଇକୁ କହିଥିଲେ, ବ୍ୟକ୍ତିଗତ କାରଣରୁ ଡିସେମ୍ବରରେ ଛୁଟି ଚାହୁଁଛନ୍ତି। ଏହା ପରେ ଅନୁମାନ କରାଯାଉଥିଲା ଯେ, ବିରାଟ-ଅନୁଷ୍କା ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ବିରାଟ କହିଥିଲେ ତାଙ୍କୁ ବିଶ୍ରାମ ଦରକାର ପଡୁଥିବାରୁ ଛୁଟି ମାଗିଛନ୍ତି।

ଡିସେମ୍ବର ୧୨ ଅନୁଷ୍କାଙ୍କ ପାଇଁ ଶୁଭ ଦିନ
ଅନୁଷ୍କାଙ୍କ ପାଇଁ ଡିସେମ୍ବର ୧୨ ଶୁଭ ଦିନ। ୯ ବର୍ଷ ପୂର୍ବେ ସେ ଡିସେମ୍ବର ୧୨ରେ ତାଙ୍କର ପ୍ରଥମ ଫିଲ୍ମ ‘ରବ ନେ ବନା ଦି ଯୋଡ଼ି’ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପରିଚୟ ଆଣିପାରିଥିଲେ। ସେହି କାରଣରୁ ଡିସେମ୍ବର ୧୨କୁ ଶୁଭ ଭାବି ବିବାହ ତାରିଖ ମଧ୍ୟ ସେହି ଦିନରେ ରଖାଯାଇଛି। ବିବାହ ସମୟରେ ଅନୁଷ୍କା ଯେଉଁ ପୋଷାକ ପିନ୍ଧିବେ ତାକୁ ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ପ୍ରସ୍ତୁତ କରିଛନ୍ତି।

କୋଚ୍‌ କହିଲେ ଭଣଜାଙ୍କ ବାହାଘର ପାଇଁ ଛୁଟି ଦରକାର
ମିଳିଥିବା ସୂଚନା ଅନୁସାରେ ବିରାଟ ଓ ତାଙ୍କ ପରିବାର ପୂର୍ବରୁ ହିଁ ଇଟାଲିର ମିଲାନକୁ ଟିକଟ ବୁକ କରି ସାରିଛନ୍ତି। ବିରାଟଙ୍କ କୋଚ ରାଜକୁମାର ଶର୍ମା(ଦିଲ୍ଲୀ ୨୩ ବର୍ଷରୁ କମ୍‌ କ୍ରିକେଟ କୋଚ), ଛୁଟି ପାଇଁ ଆବେଦନ କରିଛନ୍ତି। ସେ ବିରାଟଙ୍କ ବିବାହ ପାଇଁ ଛୁଟି ନେଇଛନ୍ତି। ଛୁଟିର କାରଣ ବିଷୟରେ ତାଙ୍କୁ ଯେତେବେଳ ପଚରାଯାଇଥିଲା, ସେ କହିଛନ୍ତି ଭଣଜାର ବାହାଘର।

ସମ୍ବନ୍ଧିତ ଖବର