ମୁମ୍ବାଇ: ଶନିବାର ରାତିରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ପ୍ରଥମ ପର୍ଯ୍ୟାୟ ଭାରତୀୟ କ୍ରିକେଟ୍ ଦଳ ଆମେରିକା ଗସ୍ତ କରିସାରିଛି। କିନ୍ତୁ ତାରକା ବ୍ୟାଟର୍ ବିରାଟ କୋହଲି ଏହି ଦଳ ସହିତ ଯାଇନାହାନ୍ତି। ସବୁଠୁ ପଛରେ କୋହଲି ୩୦ ତାରିଖରେ ଆମେରିକା ଯିବେ ବୋଲି ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡ଼ିଛି। ଆଇପିଏଲ୍ ଏଲିମିନେଟର୍ରୁ ପରାଜୟ ପରେ କୋହଲି ଏହି ଦୁଃଖରୁ ବାହାରିପାରି ନଥିବା କୁହାଯାଉଛି। ତେଣୁ କୋହଲିଙ୍କ ଅନୁରୋଧ କ୍ରମେ ତାଙ୍କ ଭିସା ସାକ୍ଷାତକାରକୁ ବିସିସିଆଇ ବିଳମ୍ବ କରାଇଛି। କିନ୍ତୁ ଅନ୍ୟ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି କାଗଜପତ୍ର କାମ ରହିଯାଇଥିବାରୁ କୋହଲି ଆମେରିକା ଯାଇପାରି ନାହାନ୍ତି। ତେବେ ମାସ ଶେଷ ବେଳକୁ ଆମେରିକା ଗଲେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ସେ ଖେଳିପାରିବେନି।
ଅଭ୍ୟାସ ମ୍ୟାଚ୍ ଖେଳିବେନି ବିରାଟ
/sambad/media/post_attachments/wp-content/uploads/2024/05/sfhsfhsfhshfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)