ମୁମ୍ବାଇ: ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଗୁରୁବାରଠାରୁ ମୁମ୍ବାଇରେ ଆରମ୍ଭ ହୋଇଥିବା ତ୍ରି-ରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ଖେଳିବା ଲାଗି ଇଂଲଣ୍ଡ ମହିଳା କ୍ରିକେଟ୍ ଦଳର ଲୋକପ୍ରିୟ ତାରକା ଡାନିଏଲି ଓ୍ଵାତ୍ ସଂପ୍ରତି ଭାରତରେ ଅଛନ୍ତି। ଓ୍ଵାତ୍ ଭାରତରେ ପାଦ ଦେବା ପରେ ପରେ କିନ୍ତୁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକମାନେ ତାଙ୍କ ପଛରେ ଲାଗି ଯାଇଛନ୍ତି। ୨୦୧୪ରେ କୋହଲିଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚାକୁ ଆସିଥିବା ଓ୍ଵାତଙ୍କୁ ଭାରତରେ ଏଭଳି କୌଣସି ଦୁଃସାହସ ନକରିବାକୁ ସେମାନେ ଖୋଲା ଚେତାବନୀ ଦେଇଛନ୍ତି। ଗୁରୁବାର ଓ୍ଵାତ୍ ମୁମ୍ବାଇର ଏଲିଫାଣ୍ଟା ଦ୍ୱୀପ ଦେଖିବାକୁ ଯାଇଥିଲେ। ସେଠାରେ ବୁଲା ବୁଲି କରୁଥିବାର ଫଟୋ ଟ୍ଵିଟ୍ କରିଥିଲେ। ସେ ଏହି ଫଟୋ ଟ୍ଵିଟ୍ କରିବା ପରେ ପରେ କୋହଲି ପ୍ରଶଂସକମାନେ ଏହାର ଅନେକ ମଜାଦାର ଉତ୍ତର ଦେଇଥିଲେ। କୋହଲି ସଂପ୍ରତି ବିବାହିତ। ପତ୍ନୀ ଅନୁଷ୍କାଙ୍କ ପାଇଁ ସେ ନେଇଥିବା ଘର ମଧ୍ୟ ଏଲିଫାଣ୍ଟାଠାରୁ ବେଶୀ ଦୂର ନୁହେଁ। ଅନୁଷ୍କାଙ୍କ ତୀକ୍ଷ୍ଣ ନଜର ବି ଏବେ ସବୁବେଳେ କୋହଲିଙ୍କ ଉପରେ ରହୁଛି। ଏଣୁ ତାଙ୍କୁ ଆଉଥରେ ବିବାହ ପ୍ରସ୍ତାବ ନ ଦେବାକୁ ସେମାନେ ଓ୍ଵାତଙ୍କୁ ଆହ୍ଵାନ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟେ୍ଵଣ୍ଟି-୨୦ ବିଶ୍ୱକପରେ କୋହଲିଙ୍କ ବିସ୍ଫୋରକ ପାଳି ଦେଖି ଓ୍ଵାତ୍ ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ କୋହଲି ତାଙ୍କ ପ୍ରସ୍ତାବ ଗ୍ରହଣ କରି ନଥିଲେ। ବରଂ ନିଜର ଏକ ବ୍ୟାଟ୍ ଓ୍ଵାତଙ୍କୁ ଉପହାର ଆକାରରେ ଦେଇଥିଲେ।
ଡାନିଏଲିଙ୍କୁ ବିରାଟ ପ୍ରଶଂସକଙ୍କ ଚେତାବନୀ
/sambad/media/post_attachments/wp-content/uploads/2018/03/25-virat-Danielle-Wyatt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)