ସିରାଜଙ୍କ ଘରେ ବିରାଟଙ୍କ ବିରିଆନି ଭୋଜି

ହାଇଦ୍ରାବାଦ: ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ବର୍ଷ ଆଇପିଏଲରେ ଖରାପ ପ୍ରଦର୍ଶନ ଜାରି ରଖି ୧୦ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ହେଲେ ଏହି ଦୁଃଖକୁ ପଛରେ ପକାଇ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳୀୟ ସାଥୀ ହାଇଦ୍ରାବାଦୀ ବିରିଆନିର ମଜା ନେଇଛନ୍ତି। ଏଥି ପାଇଁ ସନ୍‌ରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଘରେ ଏକ ବିରିଆନି ଭୋଜିର ଆୟୋଜନ ହୋଇଥିଲା। ବିରାଟ ନିଜ ବାହିନୀ ଧରି ସିରାଜଙ୍କ ଘରେ ପହଞ୍ଚି ଯାଇଥିଲେ। ବିରାଆନି ସହ ହାଇଦ୍ରାବାଦର ପ୍ରିୟ ଖାଦ୍ୟ କୋରମା, ପଥର କା ଗୋଷ୍ଟ, କୁବାନିକା ମିଠା ଏବଂ ଡବଲ୍‌ କା ମିଠା କୋହଲି ବାହାନୀଙ୍କୁ ପରସା ଯାଇଥିଲା। ଏହାକୁ ଖାଇ କୋହଲି ବାହିନୀଙ୍କ ସହ ସିରାଜଙ୍କ ପରିବାର ଲୋକ ଫଟୋ ଉଠାଇଥିଲେ। ଏହି ଫଟୋକୁ ସିରାଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଟାରେ ଛାଡ଼ିବା ସହ ଭିକେ (ବିରାଟ କୋହଲି) ଭାଇ ଧନ୍ୟବାଦ ବୋଲି ଲେଖିଥିଲେ।

ସମ୍ବନ୍ଧିତ ଖବର