ୱେଲିଂଟନ୍: ପ୍ରଥମ ଟେଷ୍ଟ୍ ପରାଜୟ ପରେ ବିରାଟ କୋହଲି ଏବେ ଦଳରେ ମନ୍ଥର ବ୍ୟାଟିଂ କରୁଥିବା ଖେଳାଳିଙ୍କ ଉପରେ ଖପ୍ପା ହୋଇଛନ୍ତି। ଦ୍ବିତୀୟ ଟେଷ୍ଟ୍ରେ ଦଳ ପାଇଁ ନିଶ୍ଚିତ ବିଜୟ ସ୍ଥିତି ଉପୁଜିଛି। ଏହା ପୂର୍ବରୁ କୋହଲି କହିଛନ୍ତି ‘ମାତ୍ରାଧିକ ରକ୍ଷଣାତ୍ମକ ବ୍ୟାଟିଂ ଦଳକୁ କୌଣସି ଭାବେ ଫାଇଦା ଦେବ ନାହିଁ। ଆମେ ଏକ ବ୍ୟାଟିଂ ୟୁନିଟ୍ ଭାବେ ଯେଉଁ ପରିଚୟ ରଖିଛୁ, ତାହାକୁ ସଠିକ ପ୍ରମାଣିତ କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ଭାରତର ଦ୍ବିତୀୟ ପାଳିରେ ଚେତେଶ୍ବର ପୂଜାରା ୧୧ ରନ୍ ପାଇଁ ୮୧ ବଲ୍ ଖେଳିଥିଲେ ଏବଂ ହନୁମା ବିହାରୀ ୧୫ ରନ୍ ପାଇଁ ୭୯ ବଲ ସମ୍ମୁଖୀନ ହୋଇଥିଲେ। ଏକଦା ୨୮ ବଲ୍ ଖେଳି ଖାତା ଖୋଲି ପାରିନଥିଲେ ପୂଜାରା। ପାଳିକୁ ଆଗକୁ ବଢ଼ାଇବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏହା ଦ୍ବାରା ମୟଙ୍କ ଅଗ୍ରୱାଲ୍ଙ୍କୁ ହାଲକା ସଟ୍ ଖେଳି ୱିକେଟ୍ ହରାଇବାକୁ ବାଧ୍ୟ କରିଥିଲା। ସିଙ୍ଗଲ୍ ରନ ସଂଗ୍ରହ ନ କରିବା ଏବଂ ଭଲ ବଲ୍କୁ ଅପେକ୍ଷା କରିବା ଭଳି ‘ୱିକେଟ୍’କୁ ସର୍ବତ୍ର ଖୋଜିବା ଗ୍ରହଣୀୟ ନୁହେଁ ବୋଲି କୋହଲି କହିଛନ୍ତି। ଏଭଳି ପରିସ୍ଥିତିରେ ଯଦି ସିଙ୍ଗଲ୍ ରନ ନ ଆସିବ, ତେବେ କ’ଣ କରିବା ? ଭଲ ବଲ୍କୁ ଅପେକ୍ଷା କରି ଆଉଟ୍ ହୋଇଯିବା ଠିକଣା ବାଟ ନୁହେଁ। ୱିକେଟ୍ ଯଦି ଘାସୁଆ ଅଛି ତେବେ ପ୍ରତି ଆକ୍ରମଣ କରିବାର ଅଛି, ପ୍ରୟାସ କରି ବିଫଳ ହେଲେ ଏହାକୁ ମାନିନେବାରେ ଭୁଲ ହେବ ନାହିଁ। ମାତ୍ରାଧିକ ସତର୍କତାର ସହ ଖେଳିବା କେବେ ସୁଫଳ ଦେବ ନାହିଁ, ବିଶେଷ କରି ବିଦେଶ ମାଟିରେ’ ବୋଲି କୋହଲି କହିଛନ୍ତି। କୋହଲିଙ୍କ ଏହି ବାଣୀ ଦଳ ଭିତରେ ନୂଆ ଧାରା ସୃଷ୍ଟି କରିଛି ଏବଂ ବିପକ୍ଷ ଦଳ ପାଇଁ ମଧ୍ୟ ଚେତାବନୀ ଭଳି ହୋଇଛି ବୋଲି କୁହାଯାଉଛି।
ପୂଜାରାଙ୍କୁ କୋହଲିଙ୍କ ପରୋକ୍ଷ ଚେତାବନୀ
/sambad/media/post_attachments/wp-content/uploads/2019/08/virat-and-pujara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)