ବିରାଟ କୋହଲିଙ୍କୁ ନେଇ ଏହି ପର୍ଣ୍ଣଷ୍ଟାର କରିଥିବା ଟୁଇଟ୍‌ ଇଣ୍ଟରନେଟ୍‌ରେ ଲଗାଇଲା ନିଆଁ, ଟ୍ରୋଲ କରିବାକୁ ଲାଗିଲେ ଲୋକେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ୍‌ ବିରାଟ କୋହଲି କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ଖୁବ୍‌ ଲୋକପ୍ରିୟ ଏବଂ ପ୍ରସିଦ୍ଧ । ଜଣେ ଷ୍ଟାର କ୍ରିକେଟର ଭାବରେ ସେ ପରିଚିତ ହୋଇଥିବା ବେଳେ ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ଲୋକ ତାଙ୍କଠାରୁ ଅନୁପ୍ରାଣିତ ହୋଇ ନିଜ ଜୀବନ ସୁଧାରି ଥିବା ବେଳେ ଏବେ ଜଣେ ପର୍ଣ୍ଣଷ୍ଟାର ବିରାଟଙ୍କ କଥା ଶୁଣି ଗଭୀର ଭାବରେ ଅନୁପ୍ରାଣିତ ହୋଇଥିବା କହିଛନ୍ତି ।

ପର୍ଣ୍ଣଷ୍ଟାର ରିସେଲ ରେୟାନ ଏକ ଟୁଇଟ୍‌ରେ ବିରାଟ କୋହଲି କହିଥିବା ଏକ ପ୍ରେରଣାଦାୟୀ ବିଚାରକୁ ସେୟାର କରିବା ସହ ବିରାଟଙ୍କ ନାଁ ମଧ୍ୟ ଲେଖିଥିଲେ । ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ କରି ହେବ ବୋଲି ବିରାଟଙ୍କ ଏହି ବିଚାରକୁ ରିସେଲ ଟୁଇଟ୍‌ କରିଥିବା ଦେଖା ଯାଇଛି । ଏହି ଟୁଇଟ୍‌ ପରେ ବିରାଟଙ୍କ ପ୍ରଶଂସକ ରିସେଲଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଏ ଲୋକପ୍ରିୟତା ପାଇଁ ରିସେଲ ଏମିତି କରିଛନ୍ତି ବୋଲି କହିଥିବା ବେଳେ କିଛି ଲୋକ ଅନୁଷ୍କାଙ୍କୁ ଏ ନେଇ ଟ୍ରୋଲ କରିଥିଲେ । ଫିଲ୍ମ ‘ସୁଇ ଧାଗା’ରେ ଥିବା ଏକ ଦୃଶ୍ୟର ଫଟୋ ସେୟାର କରି ଅନୁଷ୍କା ଶର୍ମା ମଧ୍ୟ ଏହା ଜାଣି ନାହାନ୍ତି । କେତେବେଳେ ତୁମକୁ ବିରାଟ କହିବେ ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର