କ୍ରିକେଟ୍‌ର ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନ୍; କୋହଲି ୧, ବାବର ୨: ୱାଟସନ୍

ସିଡ୍‌ନି: ସାଂପ୍ରତିକ କ୍ରିକେଟ୍‌ର ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନ୍ ବାଛିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ତାରକା ଅଲରାଉଣ୍ଡର ସେନ୍ ୱାଟସନ୍। ଏହି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଥମ ସ୍ଥାନରେ ରଖିଛନ୍ତି ସେ। ଅନ୍ୟପକ୍ଷରେ କୋହଲିଙ୍କ ପଛକୁ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମଙ୍କୁ ଦ୍ବିତୀୟ ସ୍ଥାନ ଦେଇଛନ୍ତି। ପୂର୍ବରୁ ଷ୍ଟିଭେନ୍ ସ୍ମିଥ୍ ଏହି ସ୍ଥାନରେ ଥିଲେ ମଧ୍ୟ ବାବର ଗତ କିଛି ବର୍ଷ ଭିତରେ ଅବିଶ୍ବସନୀୟ ପ୍ରଦର୍ଶନ କରି ସ୍ମିଥ୍‌ଙ୍କୁ ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ସେହିଭଳି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଏବଂ ଇଂଲଣ୍ଡର ପୂର୍ବତନ ଟେଷ୍ଟ୍ ଅଧିନାୟକ ଜୋ ରୁଟ୍‌ଙ୍କୁ ପରବର୍ତ୍ତୀ ଦୁଇସ୍ଥାନରେ ରଖିଛନ୍ତି ୱାଟସନ୍। କୋହଲି ଗତ କିଛି ବର୍ଷ ହେବ ସଂଘର୍ଷ କରୁଛନ୍ତି। ତଥାପି ସମସ୍ତ ପ୍ରକାର ଫର୍ମାଟ୍‌କୁ ଦେଖିଲେ ଏବେ ବି ସେ ବିଶ୍ବର ଏକ ନମ୍ବର ବ୍ୟାଟର୍‌ ବୋଲି ଶନିବାର ଦେଇଥିବା ସାକ୍ଷାତକାରରେ କହିଛନ୍ତି ୱାଟ୍‌ସନ।

ସମ୍ବନ୍ଧିତ ଖବର