ନୂଆଦିଲ୍ଲୀ: ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ମ୍ୟାଚରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ତରଫରୁ ଗୁରୁବାର ଜାରି ହୋଇଥିବା ତାଜା ଟେଷ୍ଟ ବ୍ୟାଟିଂ ର୍ୟାଙ୍କିଙ୍ଗରେ କୋହଲି ୩ଟି ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ସେ ଏହି ତାଲିକାର ୫ମ ସ୍ଥାନରେ ଥିଲେ। ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ପୂର୍ବଭଳି ଏକ ନମ୍ବରରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରେଷ୍ଠ-୫: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର୍ୟାଙ୍କିଙ୍ଗ
୧. ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ), ରେଟିଂ: ୯୩୮
୨. ବିରାଟ କୋହଲି (ଭାରତ), ରେଟିଂ: ୮୯୩
୩. ଜୋଏ ରୁଟ (ଇଂଲଣ୍ଡ), ରେଟିଂ: ୮୭୯
୪. ଚେତେଶ୍ୱର ପୂଜାରା (ଭାରତ), ରେଟିଂ: ୮୭୩
୫. କେନ ଓ୍ଵିଲିୟମସନ (ନ୍ୟୁଜିଲାଣ୍ଡ), ରେଟିଂ: ୮୬୫
କୋହଲି ଟେଷ୍ଟ ଶୃଙ୍ଖଳାରେ ୧୫୨.୫୦ ହାରାହାରିରେ ୬୧୦ ରନ୍ ଯୋଡ଼ିଥିବା ବେଳେ ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି। ବିରାଟ ନାଗପୁରରେ ୨୧୩ ରନ୍ ସଂଗ୍ରହ କରିଥିବା ବେଳେ ଦିଲ୍ଲୀରେ ୨୪୩ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ଏକ ଅପରାଜିତ ଶତକ ମଧ୍ୟ ମାରିଛନ୍ତି। ଏଥି ସହିତ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୬୦୦ରୁ ଅଧିକ ରନ ସଂଗ୍ରହକାରୀ ପ୍ରଥମ ଭାରତୀୟ ହୋଇଛନ୍ତି।