ବିଶାଖାପାଟଣା : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଏଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହା ଥିଲା କୋହଲିଙ୍କ ପାଇଁ ୪୦୦ତମ ଆନ୍ତର୍ଜାତିକ ମ୍ୟାଚ୍। ଆଉ ଏକ୍ଷେତ୍ରରେ ସେ ଅଷ୍ଟମ ଭାରତୀୟ ଏବଂ ବିଶ୍ବର ୩୩ତମ ଖେଳାଳି ବିବେଚିତ ହୋଇଥିଲେ। ଅବଶ୍ୟ ୪୦୦ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ଖ୍ୟାତି ବହନ କରିଥିବା କୋହଲି ଶୁନରେ ଆଉଟ୍ ହେବାରୁ ଏହାକୁ ସ୍ମରଣୀୟ କରିପାରିନଥିଲେ। ତେବେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ଭାରତର ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ନାମରେ କରିଛନ୍ତି। ଦିନିକିଆରେ ୪୬୩ ମ୍ୟାଚ୍, ଟେଷ୍ଟରେ ୨୦୦ ମ୍ୟାଚ୍ ଓ ଟ୍ବେଣ୍ଟି-୨୦ରେ ଗୋଟିଏ ମ୍ୟାଚ୍ ସହ ସର୍ବମୋଟ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ମାଷ୍ଟର୍ ବ୍ଲାଷ୍ଟର୍ ଶୀର୍ଷରେ ରହିଛନ୍ତି। ସଚିନଙ୍କ ପଛକୁ ଶ୍ରୀଲଙ୍କାର ମାହେଲା ଜୟବର୍ଧନେ (୬୫୨), କୁମାର ସାଙ୍ଗାକାରା (୫୯୪), ସନତ ଜୟସୁରିଆ (୫୮୬) ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୫୬୦) ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ କ୍ୟାପ୍ଟେନ୍ କୁଲ୍ ଭାବେ ପରିଗଣିତ ମହେନ୍ଦ୍ର ସିଂହ ଧୋନି (୫୩୮), ରାହୁଲ ଦ୍ରାବିଡ (୫୦୯), ମହମ୍ମଦ ଆଝାରୁଦ୍ଦିନ୍ (୪୩୩), ସୌରଭ ଗାଙ୍ଗୁଲି (୪୨୪), ଅନିଲ କୁମ୍ବଲେ (୪୦୩) ଓ ଯୁବରାଜ ସିଂହ (୪୦୨) କୋହଲିଙ୍କଠୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି।
୪୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ କୋହଲି ଅଷ୍ଟମ ଭାରତୀୟ
/sambad/media/post_attachments/wp-content/uploads/2019/12/kohali-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)