ମୁମ୍ବାଇ: ଭାରତରେ ଅନେକ ସମୟରେ କ୍ରିକେଟକୁ ନେଇ କ୍ରିକେଟ୍ ପ୍ରେମୀମାନଙ୍କର ପାଗଳାମୀ ଦେଖିବାକୁ ମିଳିଥାଏ। ମାତ୍ର ନିକଟରେ ଯାହା ଘଟି ଯାଇଛି ତାହା ଖାଲି ଆଶ୍ଚର୍ଯ୍ୟଜନକ ନୁହେଁ ଅବିଶ୍ୱସନୀୟ ମଧ୍ୟ। ନିକଟରେ ଦକ୍ଷିଣ ଆଫ୍ରିକା ସହିତ ଭାରତ ଖେଳିଥିବା ଟେଷ୍ଟ୍ ମ୍ୟାଚ୍ରେ ବିରାଟ କୋହଲିଙ୍କୁ ନେଇ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ବହୁ ଭରସା ରହିଥିବା ବେଳେ ମାତ୍ର ୫ ରନ୍ କରି ଆଉଟ୍ ହୋଇଗଲେ ବିରାଟ।
/sambad/media/post_attachments/wp-content/uploads/2018/01/kohli-647_111617044705-300x187.jpg)
ଏହାକୁ ସହ୍ୟ କରିପାରିଲେ ନାହିଁ ୬୫ ବର୍ଷିଅ କ୍ରିକେଟ୍ ପ୍ରେମୀ ବାବୁଲାଲା ବୈରୋ। ସେ ଶେଷରେ ଆୟତ୍ତ ହରାଇ ବସି ନିଜ ଉପରେ ପୋଟ୍ରୋଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ମିଳିଛି। ତାଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନିଆଯିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି। ମାତ୍ର ସେ ଗୁରତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମୁହଁ ଓ ବେକର ଅଧିକାଂଶ ଅଂଶ ଜଳିଯାଇଛି। ଉଲ୍ଲେଖଯୋଗ୍ୟ, କ୍ରିକେଟ୍ ପାଇଁ ପୂର୍ବରୁ ମଧ୍ୟ କ୍ରିକେଟ୍ ପ୍ରେମୀମାନେ ଏପରି କିଛି କାଣ୍ଡ କରିଥିବା ସୂଚନା ରହିଛି। ପୂର୍ବରୁ ମଧ୍ୟ ୨୦୦୭ ମସିହାରେ ଓ୍ଵାର୍ଲଡ କପ୍ ଚାମ୍ପିୟନରେ ଭାରତର ପରାଜୟ ପରେ କେହି କେହି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/8325294-3x2-700x467.jpg)