ନ୍ୟୁୟର୍କ : କ୍ରିକେଟ୍ ସୁପରଷ୍ଟାର ବିରାଟ କୋହଲି ଏକମାତ୍ର ଭାରତୀୟ ଭାବେ ଫୋର୍ବସ ପକ୍ଷରୁ ପ୍ରସ୍ତୁତ ବିଶ୍ବର ସର୍ବାଧିକ ଆୟକାରୀ ତଥା ଧନି ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କର ମୋଟ ଆୟ ୨.୬ କୋଟି ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୧୯୬୫ କୋଟି ଟଙ୍କା ରହିବା ସହ ସେ ୨୦୨୦ ତାଲିକା ଅନୁଯାୟୀ ୬୬ତମ ସ୍ଥାନରେ ରହିଛନ୍ତି। ଏହି ୩୧ ବର୍ଷୀୟ ଭାରତୀୟ ମଧ୍ୟ ଶ୍ରେଷ୍ଠ ୧୦୦ ମଧ୍ୟରେ ଏକମାତ୍ର କ୍ରିକେଟର୍ ହୋଇଛନ୍ତି। ୨.୬ ଡଲାର ସହ କୋହଲି ୨୦୧୯ରେ ୧୦୦ ଏବଂ ୨.୪ କୋଟି ଡଲାର ସହ ୨୦୧୮ରେ ୮୩ତମ ସ୍ଥାନରେ ଥିଲେ।
ଅନ୍ୟପକ୍ଷରେ ଗତ ବର୍ଷ ପଞ୍ଚମ ସ୍ଥାନରେ ଥିବା ସ୍ବିଜରଲାଣ୍ଡ୍ ଟେନିସ କିଂବଦନ୍ତି ରୋଜର ଫେଡେରର୍ ୧୦.୬୩ କୋଟି ଡଲାର ଆୟ ସହ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ (୧୦.୫ କୋଟି) ଓ ଲିଓନେଲ୍ ମେସି (୧୦.୪ କୋଟି) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ଏମାନଙ୍କ ପଛକୁ ନେମାର (ଫୁଟ୍ବଲ୍), ଲି ବ୍ରନ୍ ଜେମ୍ସ, ଷ୍ଟିଫେନ କରି, କେଭିନ ଦୁରାନ୍ତ (ବାସ୍କେଟବଲ୍), ଟାଇଗର ଉଡ୍ସ (ଗଲ୍ଫ), କିର୍କ କଜିନ୍ସ, କାର୍ସନ ୱେନ୍ଜ (ଆମେରିକୀୟ ଫୁଟ୍ବଲର୍) ଯଥାକ୍ରମେ ଶୀର୍ଷ ୧୦ ମଧ୍ୟରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Virat-Kohali.jpg)