ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ଡିସେମ୍ବର ୧୩ରେ ଇଟାଲିର ଟସ୍କନି ସହରସ୍ଥିତ ବୋରଗୋ ଫିନୋସିଏତୋ ରିସର୍ଟରେ ବିବାହ କରିଥିଲେ। ବିରୁଷ୍କାଙ୍କ ବିବାହ ଏତେ ଗୋପନୀୟ ଥିଲା ଯେ ଏ ସମ୍ପର୍କରେ ତାଙ୍କର କେତେଜଣ ବନ୍ଧୁଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଜାଣି ନଥିଲେ।
/sambad/media/post_attachments/wp-content/uploads/2018/01/70ca72c62fa10b4f402e9a094655d9aa.jpg)
ନିକଟରେ ବିରୁଷ୍କାଙ୍କୁ ନେଇ ଏକ ଖବର ପ୍ରକାଶ ପାଇଛି, କି ଦୁହେଁ ବିବାହ ସମୟରେ ଗୋଟିଏ ଆଇନଗତ ଭୁଲ କରିଥିବାରୁ ଆଉ ଥରେ ସେମାନଙ୍କୁ ବିବାହ କରିବାକୁ ପଡ଼ିପାରେ। ଏ ଦୁହେଁ ଇଟାଲିରେ ବିବାହ କରିଥିଲେ ହେଁ ରୋମସ୍ଥିତ ଭାରତୀୟ ଦୂତାବାସଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ। ତେବେ ଅସବୁିଧାଟି ହେଉଛି, ଏହାକୁ ନେଇ ଦୁହିଁଙ୍କ ବିବାହ ପଞ୍ଜିକରଣରେ ଅସୁବିଧା ସୃଷ୍ଟି ହୋଇପାରେ।
/sambad/media/post_attachments/wp-content/uploads/2018/01/virat-kohli-and-anushka-sharma-reception-4-1-320x210-300x197.jpg)
ପଞ୍ଜାବ-ହରିୟାଣା ହାଇକୋର୍ଟର ଆଇନଜୀବୀ ତଥା ଆମ୍ବଲା ନିବାସୀ ହେମନ୍ତ କୁମାରଙ୍କ ପକ୍ଷରୁ ବିଦେଶ ମନ୍ତ୍ରାଳୟକୁ ଡିସେମ୍ବର ୧୩ରେ ଆରଟିଆଇ ଜରିଅାରେ ଏ ସଂପର୍କିତ ତଥ୍ୟ ମଗା ଯାଇଥିଲା। ଏହାର ଉତ୍ତରରେ ରୋମସ୍ଥିତ ଭାରତୀୟ ଦୂତାବାସ ଜାନୁଆରି ୪ରେ ଜବାବ ଦେଇ କହିଛନ୍ତି, ବିରାଟ ଓ ଅନୁଷ୍କା ନିୟମାନୁସାରେ ନିଜର ବିବାହ ସମ୍ପର୍କରେ ଇଟାଲୀସ୍ଥିତ ଭାରତୀୟ ଦୂତାବାସର ମ୍ୟାରେଜ ଅଫିସରଙ୍କୁ ଏ ସମ୍ପର୍କରେ ସୂଚନା .ଦେବା କଥା, କିନ୍ତୁ ବିରୁଷ୍କାଙ୍କ ପକ୍ଷରୁ ସୂଚନା ଦିଅାଯାଇ ନ ଥିଲା। /sambad/media/post_attachments/wp-content/uploads/2018/01/virushka-2-1510475000-1512573181-300x188.jpg)
ପଞ୍ଜାବ-ହରିୟାଣା ହାଇକୋର୍ଟର ଆଇନଜୀବୀ ହେମନ୍ତ କୁମାର କହନ୍ତି, ‘ନିୟମ ଅନୁସାରେ କୌଣସି ଭାରତୀୟ ଯଦି ବିବାହ ଅନ୍ୟ କୌଣସି ଦେଶରେ କରନ୍ତି ତେବେ ବିଦେଶ ବିବାହ ଅଧିନିୟମ-୧୯୬୯ ଆଧାରରେ ପଞ୍ଜିକରଣ କରିବାକୁ ହୋଇଥାଏ। କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ଏହି ବିବାହ ଅଧିନୟମ ଆଧାରରେ ହୋଇ ନାହିଁ। ଏମିତିରେ ଦେଶର ଯେଉଁ ରାଜ୍ୟରେ ବିରୁଷ୍କା ରହିବେ, ସେମାନଙ୍କୁ ସେହି ରାଜ୍ୟର ନିୟମାନୁସାରେ ବିବାହ ପଞ୍ଜିକରଣ କରିବା ପାଇଁ ପୁଣିଥରେ ବିବାହ କରିବାକୁ ପଡ଼ି ପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/thumb_032815111330.jpg)