ମୁମ୍ବାଇ: କିଛି ଦିନ ତଳେ ବଲିଉଡର ଷ୍ଟାର ଦମ୍ପତି ରଣବୀର କପୁର-ଆଲିଆ ଭଟ୍ଟ ନିଜ ଝିଅ ରାହା କପୁରଙ୍କୁ ମିଡିଆ ସାମ୍ନାକୁ ଆଣିଥିଲେ। ଖ୍ରୀଷ୍ଟମାସ ଅବସରରେ ଦୁହେଁ ରାହାଙ୍କୁ ମିଡିଆ ସାମ୍ନାକୁ ଆଣିବାର ଭିଡିଓ ଖୁବ ଭାଇରାଲ ହୋଇଥିଲା। କିିଛି ମାସ ହେବ ତାଙ୍କ ଝଲକ ଦେଖିବା ପାଇଁ ଲୋକେ ଅନାଇ ବସିଥିବା ବେଳେ ରାହାଙ୍କୁ ଦେଖିବା ପରେ ଦୁହିଁଙ୍କ ପ୍ରଶଂସକ ବହୁତ ଖୁସି ହୋଇଥିଲେ। ଏବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଷ୍ଟାର କ୍ରିକେଟର ବିରାଟ କୋହଲି ନିଜ ଝିଅ ଭାମିକାଙ୍କୁ କେବେ ମିଡ଼ିଆ ସାମ୍ନାକୁ ଆଣିବେ ସେ ଦିନକୁ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଛନ୍ତି।

Advertisment

୨୦୨୨ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଉଥିବା ବେଳେ ଷ୍ଟାଡିୟମର କ୍ୟାମେରାରେ ଭାମିକାଙ୍କ ଝଲକ ଦେଖିବାକୁ ମିଳିିଥିଲା, ଯାହା ଖୁବ ଭାଇରାଲ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବିରୁଷ୍କା ଝିଅକୁ ସ୍ବଇଚ୍ଛାରେ ମିଡିଆର କ୍ୟାମେରା ସାମ୍ନାକୁ ଆଣିନାହାନ୍ତି। ଏଭଳି କରିବା ପଛର କାରଣ ବିରାଟ କିଛି ବର୍ଷ ତଳେ ଦେଇଥିଲେ।

ସେ କହିଥିଲେ ଯେ, ମୁଁ ଓ ଅନୁଷ୍କା ନିଷ୍ପତ୍ତି ନେଇଛୁ ଯେ, ଯେପର୍ଯ୍ୟନ୍ତ ଭାମିକା ସୋସିଆଲ ମିଡିଆ‌ ଓ ନିଜ ପସନ୍ଦ ବିଷୟରେ ଜାଣିନାହାନ୍ତି, ସେପର୍ଯ୍ୟନ୍ତ ଆମେ ତାଙ୍କୁ ସୋସିଆଲ ମିଡିଆ ବା ଗଣମାଧ୍ୟମ ସାମ୍ନାକୁ ଆଣିବୁ ନାହିଁ।

ତେବେ ଜାନୁଆରି ୧୧, ୨୦୨୧ରେ ବିରୁଷ୍କା ମାତ‌ା-ପିତା ହୋଇଥିଲେ। ଏବେ ଭାମିକାଙ୍କୁ ୩ବର୍ଷ ହୋଇଥିବା ବେଳେ ବିରୁଷ୍କା ଦ୍ବିତୀୟ ସନ୍ତାନ ପାଇଁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି।