ମୁମ୍ବାଇ: ଭାରତର ସବୁଠୁ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବିବାହ ରାଧିକାଙ୍କ ସହ ଶେଷ ହୋଇଛି | ବିବାହ ପୂର୍ବରୁ ଓ ପରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଅମ୍ବାନୀ ପରିବାର | ଏଥିରେ ଅନେକ କଳାକାର, କ୍ରିକେଟର ଓ ରାଜନେତା ଯୋଗ ଦେଇଥିବା ବେଳେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କୌଣସି କାର୍ଯ୍ୟକ୍ରମରେ ଦେଖାଯାଇନଥିଲା | ଦୁହେଁ ଏବେ ନିଜ ପିଲାମାନଙ୍କ ସହ ଲଣ୍ଡନରେ ଥିବା ବେଳେ କୌଣସି ପାର୍ଟିରେ ଯୋଗ ନଦେଇ ବିଭିନ୍ନ କୀର୍ତ୍ତନ କାର୍ଯ୍ୟକ୍ରମକୁ ଯାଉଥିବା ଦେଖାଯାଇଛି |
ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ପରେ ଦେଶବାସୀଙ୍କ ସହ ଖୁସି ପାଳନ କରି ଲଣ୍ଡନ ଚାଲିଯାଇଥିଲେ | ଅମ୍ବାନୀ ପରିବାରରେ ବିବାହ ଥିବାରୁ ଦୁହେଁ ଭାରତ ଫେରିବେ ବୋଲି ଆଶା କରାଯାଉଥିଲା | ହେଲେ ଦୁହେଁ ଭାରତ ନଫେରି ଲଣ୍ଡନରେ ବିଭିନ୍ନ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
Virat Kohli & Anushka Sharma at KrishnaDas' Kirtan in London😍❤️#ViratKohli | #AnushkaSharmapic.twitter.com/AeIdpDK4IZ
— 𝙒𝙧𝙤𝙜𝙣🥂 (@wrognxvirat) July 14, 2024
ପୂର୍ବରୁ ଦୁହେଁ ଇସ୍କନ ମନ୍ଦିର ଯାଇ କୀର୍ତ୍ତନରେ ଯୋଗଦେଇଥିବାର ଭିଡିଓ ଭାଇରାଲ ହୋଇଥିଲା | ଏବେ ଦୁହେଁ ପୁଣି ଏକ କୀର୍ତ୍ତନ କାର୍ଯ୍ୟକ୍ରମକୁ ଯାଇଥିବା ଦେଖାଯାଇଛି | ରବିବାର ଅନୁଷ୍କା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କୃଷ୍ଣ ଦାସଙ୍କୁ ଟ୍ୟାଗ କରିଥିବା ଦେଖାଯାଇଥିଲା | ଭିଡିଓରେ ଦୁହେଁ ହସିବା ସହ ତାଳି ମାରୁଥିଲେ |