ନୂଆଦିଲ୍ଲୀ: ଜାନୁଆରି ୫ରେ ସାଉଥ୍ ଆଫ୍ରିକା ଓ ଭାରତ ମଧ୍ୟରେ କ୍ରିକେଟ ମ୍ୟାଚ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ ସାଉଥ୍ ଆଫ୍ରିକାରେ ପହଞ୍ଚି ସାରିଛନ୍ତି। କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହିତ ପତ୍ନୀ ଅନୁଷ୍କା ଶର୍ମା ବି ସାଉଥ୍ ଆଫ୍ରିକାଗସ୍ତରେ ଯାଇଛନ୍ତି। ଦୁହେଁ ଏକାଠି ମିଶି ନୂତନ ବର୍ଷକୁ ଭରପୂର ଉପଭୋଗ କରିଛନ୍ତି।
ବିରାଟ ଓ ଅନୁଷ୍କା ସୋସିଆଲ ମିଡିଆରେ ପାହାଡ ମଝିରେ ଛିଡା ହୋଇଥିବାର ଏକ ଫଟୋ ଅପଲୋଡ କରି ଲେଖିଛନ୍ତି, ଆପଣ ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭକାମନା। ବିରାଟ ଓ ଅନୁଷ୍କା ଗୋଟିଏ ହିଁ ଫଟୋ ଅପଲୋଡ କରି ସମାନ କ୍ୟାପସନ୍ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଲେଖିଛନ୍ତି।
ବିରାଟ କୋହଲି ଅନୁଷ୍କାଙ୍କ ସହିତ ମିଶି ସାଉଥ୍ ଆଫ୍ରିକାରେ ଖୁବ୍ ସପିଂ କରିଛନ୍ତି। ଫଟୋରେ ବିରାଟ ଅନୁଷ୍କାଙ୍କ ସହିତ ଲଞ୍ଚ୍ ଓ ସପିଂ କରିବାର ମଧ୍ୟ ନଜର ଆସୁଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ଅନେକ ଫ୍ୟାନ୍ସଙ୍କ ସହିତ ମଧ୍ୟ ଫଟୋ କ୍ଲିକ୍ କରିଛନ୍ତି। ଏହି ସପ୍ତାହରେ ଅନୁଷ୍କା ଏକାକୀ ମୁମ୍ବାଇ ଫେରିବେ। ମୁମ୍ବାଇ ଆସିବା ପରେ ଅନୁଷ୍କା ଆନନ୍ଦ ଏଲ.ରାୟଙ୍କ ଶାହାରୁଖ ଖାନ୍ ଓ କଟ୍ରିନା କୈଫ୍ ଷ୍ଟାରର ଥିବା ଏକ ସିନେମାର ସୁଟିଂ କରିବେ। ଫେବ୍ରୁଆରିରେ ଅନୁଷ୍କା ଅଭିନେତା ବରୁଣ ଧାଓ୍ଵନଙ୍କ ସହିତ ମିଶି ସିନେମା ‘ସୁଇ ଧାଘା’ର ସୁଟିଂ ଆରମ୍ଭ କରିବେ। ଏଥିସହିତ ତାଙ୍କର ପ୍ରଡକ୍ସନ୍ ହାଉସ୍ ସିନେମା ‘ପରୀ’ର ପ୍ରମୋସନ୍ ମଧ୍ୟ କରିବେ। ଅନୁଷ୍କା ଶର୍ମା ଅଭିନୀତ ହରର ସିନେମା ଫେବ୍ରୁଆରି ୯ ତାରିଖରେ ରିଲିଜ ହେବ।
ସାଉଥ୍ ଆଫ୍ରିକାରେ ହେବାକୁ ଥିବା ଏହି ଖେଳ ଭାରତୀୟ କ୍ରିକେଟ ଦଳ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ। କାରଣ ଏହା ହେଉଛି ନୂତନ ବର୍ଷର ପ୍ରଥମ ସିରିଜ। ସେଥିପାଇଁ ବିଜୟ ସହିତ ସେମାନେ ବର୍ଷ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଟିମ୍ ଇଣ୍ଡିଆ ସାଉଥ୍ ଆଫ୍ରିକା ସହିତ ୩ଟି ଟେଷ୍ଟ ୬ଟି ଦିନିକିଆ ଓ ୩ ଟି-୨୦ ମ୍ୟାଚ ଖେଳିବ। ଶେଷ ମ୍ୟାଚ ଜାନୁଆରି ୨୪ ତାରିଖରେ ଖେଳା ଯିବ। ଆର୍ଥାତ ଭାରତୀୟ ଦଳ ପାଖାପାଖି ୨ମାସ ସାଉଥ୍ ଆଫ୍ରିକାରେ ରହିବ ବୋଲି ସୂଚନା ମିଳିଛି।