ନୂଆଦିଲ୍ଲୀ : ଭାରତୀୟ କ୍ରୀଡ଼ା ତାରକା ନିଜ ପ୍ରଶଂସକମାନଙ୍କୁ ସାମାଜିକ ଗଣମାଧ୍ୟମରେ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା, ସୈଫ ଅଲ୍ଲୀ ଖାନ୍, କରିନା କପୁର ଓ ବରୁଣ ଧାଵନ ସଂପ୍ରତି ସ୍ବିଜରଲାଣ୍ଡରେ ଛୁଟି କାଟୁଛନ୍ତି। ନୂଆ ବର୍ଷ ଅବସରରେ ବିରୁଷ୍କା (ବିରାଟ-ଅନୁଷ୍କା) ଟ୍ବିଟର୍ରେ ଏକ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତଙ୍କ ଖୁସି କାମନା କରିବା ସହିତ ଭଗବାନ ଆଶୀର୍ବାଦ ଦିଅନ୍ତୁ ବୋଲି କହିଛନ୍ତି। ସେହିପରି ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ୨୦୨୦ରେ ପ୍ରଶଂସକଙ୍କ ପାଇଁ ଖୁସି ଓ ଶାନ୍ତି କାମନା କରିବା ସହିତ ନବବର୍ଷରେ ଉଲ୍ଲାସ ଭରିଯାଉ ବୋଲି କହିଛନ୍ତି। କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ପତିଙ୍କ ସହ ଏକ ଫଟୋ ଛାଡ଼ି ପ୍ରଶଂସକଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟ ପକ୍ଷରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ବିଦାୟୀ ବର୍ଷର ହାରଜିତ, ଭଲଖରାପ ଓ ସୁଖଦୁଃଖର ମୁହୂର୍ତ୍ତକୁ ମନେପକାଇଛନ୍ତି। ଏଥିସହ ଆଗାମୀ ବର୍ଷରେ ଆସିବାକୁ ଥିବା ସବୁ କଠିନ ପରିସ୍ଥିତିର ସଫଳ ମୁକାବିଲା କରିବା ସହିତ ଭଲ ପ୍ରଦର୍ଶନ କରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କୁ ମଧ୍ୟ ନୂତନ ବର୍ଷରେ ଶୁଭ କାମନା ଜଣାଇଛନ୍ତି ସିନ୍ଧୁ। ଏମାନଙ୍କ ବ୍ୟତୀତ ବ୍ୟାଡ୍ମିଣ୍ଟନର ଯୁଗଳ ଖେଳାଳି ଅଶ୍ବିନୀ ପୋନ୍ନାପା-ଜ୍ବାଲା ଗୁଟ୍ଟା, କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ, ଦୌଡ଼କୁଦ ଖେଳାଳି ହିମା ଦାସ, ଜିମ୍ନାଷ୍ଟ୍ ଦୀପା କର୍ମାକର ଏବଂ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରମୁଖ ପ୍ରଶଂସକଙ୍କୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।
ନବବର୍ଷର ଅଭିନନ୍ଦନ ଜଣାଇଲେ କ୍ରୀଡ଼ାବିତ୍
/sambad/media/post_attachments/wp-content/uploads/2020/01/virat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)