ଦୁବାଇ: ୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତ । ରୋହିତ୍ ଶର୍ମାଙ୍କ ଅଧିନାୟିକତ୍ବରେ ଟିମ୍ ଇଣ୍ଡିଆ ଲଗାତାର ଦ୍ବିତୀୟ ଥର ପାଇଁ ଆଇସିସି ଟାଇଟେଲକୁ ନିଜ ନାଁରେ କରିଛି । ୨୦୧୩ ମସିହାରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟିକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଆଉ ଏବେ ପୁଣି ଏହି ସ୍ୱାଦ ଚାଖିବାରେ ସଫଳ ହୋଇଛି ରୋହିତ ବାହିନୀ । କେବଳ ୨୦୧୩ ପରେ ଭାରତ ଏହି ଟ୍ରଫି ଜିତିନି, ବରଂ ୨୫ ତଳର ବଦଲା ପୂରଣ କରିଛି । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫିରେ ବି ଭାରତ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ । ସେତେବେଳେ କିଓ୍ୱି ଦଳ ଚାମ୍ପିୟନ୍ ହୋଇଥିବା ବେଳେ ଏବେ କିନ୍ତୁ ଭାରତ ବାଜି ମାରି ନେଇଛି । 

Advertisment

hjjuk

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା ଏବଂ ଟିମ୍ ଇଣ୍ଡିଆକୁ ୨୫୨ ରନର ଟାର୍ଗେଟ୍ ଦେଇଥିଲା । ଯାହାକୁ ସଫଳତା ପୂର୍ବକ ପାର୍ କରିଛି ବ୍ଲୁ ବାହିନୀ ଏବଂ ନ୍ୟୁଜିଲାଣ୍ଡ ଠାରୁ ଛଡ଼ାଇ ନେଇଛି ଚାମ୍ପିୟନ୍ସ ଟ୍ରଫି । ଖେଳ ଶେଷ ଆଡକୁ ଯେତେବେଳେ କ୍ରିକେଟର୍ ରବିନ୍ଦ୍ର ଜାଡ଼େଜା ଚଉକା ମାରି ଟିମକୁ ଜିତାଇଲେ ସେତେବେଳେ ପୁରା ଷ୍ଟାଡିୟମ୍ ଇଣ୍ଡିଆ .. ଇଣ୍ଡିଆ ନାଁରେ ପଡିଲା ଉଠିଲା । ଫ୍ୟାନ୍ସଙ୍କ ଖୁସି ଆହୁରି ଦ୍ବିଗୁଣିତ ହେଲା ଯେତେବେଳେ ଟିମ୍ ବ୍ଲୁ ଷ୍ଟାଡିୟମରେ ନାଚିବାକୁ ଲାଗିଲେ । ଇଣ୍ଡିଆନ୍ କ୍ରିକେଟ୍ ଟିମର ଅଧିନାୟକ ରୋହିତ୍ ଶର୍ମା ଏବଂ କିଙ୍ଗ୍ କୋହଲି ଯେତେବେଳେ ଷ୍ଟାଡିୟମରେ ବିଜୟର ଖୁସିକୁ ସେଲିବ୍ରେଟ୍ କଲେ ସେତେବେଳେ ପୁରା ଷ୍ଟାଡିୟମ୍ ମଧ୍ୟ ଖୁସିରେ ଝୁମିଲା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଇଣ୍ଡିଆର ବିଜୟ ପରେ ରୋକୋ (ରୋହିତ୍-ବିରାଟ୍) ଷ୍ଟମ୍ପକୁ ଉଠାଇ ଦାଣ୍ଡିଆ ଡ୍ୟାନ୍ସ କରିବାକୁ ଲାଗିଲେ ଯାହା ସେଠାରେ ଉପସ୍ଥିତ ଥିବା କ୍ରିକେଟପ୍ରେମୀଙ୍କ ମନ ଜିଣି ନେଇଥିଲା । 

fgh

ତେବେ ଗତ କିଛି ସମୟ ଧରି କ୍ୟାପଟେନ୍ ରୋହିତ୍ ଶର୍ମା ମୈଦାନରେ ଫ୍ଲପ୍ ସାବ୍ୟସ୍ତ ହେଉଥିଲେ କିନ୍ତୁ ଚାମ୍ପିୟନ୍ସ ଟ୍ରଫିରେ ହିଟମ୍ୟାନ୍ ଙ୍କ ବ୍ୟାଟ୍ କଥା କହିବା ଆରମ୍ଭ କରିଥିଲା । ମୈଦାନରେ ଉଚ୍ଚକୋଟିର ପ୍ରଦର୍ଶନ ଦେଇ କ୍ରିକେଟପ୍ରେମୀଙ୍କ ପ୍ରିୟଭାଜନ ହେଲେ ହିଟମ୍ୟାନ୍ । ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ହୋଇଥିବା ମ୍ୟାଚରେ ଚଉକା , ଛକା ମାରିଥିବା କିଙ୍ଗ୍ କୋହଲି ଫାଇନାଲ ମ୍ୟାଚରେ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରିଲେ ନାହିଁ । ୨ ବଲରେ ୧ ରନ୍ କରି ଫାଇନାଲରେ ଆଉଟ୍ ହୋଇଥିଲେ ବିରାଟ୍ । ଏତଦବାଦ୍ ପରେ ବି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ସହ ନିଜର ୨୫ ବର୍ଷର ପୁରୁଣା ବଦଲାକୁ ପୂରଣ କରିଛି ।