ବିବାହ ବାର୍ଷିକୀରେ ବିରୁଷ୍କାଙ୍କ ମହାନତା, ଟିମ୍‌ ଇଣ୍ଡିଆର ବୋଲରଙ୍କୁ ଦେଲେ ନିଜର ଆରାମଦାୟକ ବିଜିନେସ୍‌ କ୍ଲାସ ବିମାନ ସିଟ୍‌

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ନିଜର ପ୍ରଥମ ବାର୍ଷିକୀ ବିବାହ ଉତ୍ସବ ପାଳନ କରୁଛନ୍ତି। ନିଜର ବିବାହ ବାର୍ଷିକୀ ମନାଇବା ପାଇଁ ଅଭିନେତ୍ରୀ ଅନୁଷ୍କା ଅଷ୍ଟ୍ରେଲିଆରେ ଥିବା ପତି ବିରାଟଙ୍କୁ ଭେଟିବା ପାଇଁ ସେଠାରେ ପହଞ୍ଚିଥିଲେ। ଅଷ୍ଟ୍ରେଲିଆରେ ଚାଲିଥିବା ଆଡିଲେଟ୍‌ ଟେଷ୍ଟ୍‍ରେ ଟିମ୍‌ ଇଣ୍ଡିଆ ପାଇଁ ଚିୟର୍‌ କରିଥିଲେ ବଲିଉଡ୍‌ ସୁନ୍ଦରୀ ଅନୁଷ୍କା। ମ୍ୟାଚ୍‌ ଜିତିବା ପରେ କୋହଲିଙ୍କ ବିବାହ ବାର୍ଷିକୀ ଆହୁରି ସ୍ୱତନ୍ତ୍ର ହୋଇପାରିଛି ନିଶ୍ଚୟ।

ଖବର ରହିଛି ଯେ ମ୍ୟାଚ୍‌ ଜିତିବା ପରେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ଅଷ୍ଟ୍ରେଲିଆର ପର୍ଥରୁ ଭାରତ ଫେରିବା ସମୟରେ ନିଜର ବିଜିନେସ୍‌ କ୍ଲାସ୍‌ ବିମାନ ସିଟ୍‌କୁ ଟିମ୍‌ ଇଣ୍ଡିଆର ଜଣେ ବୋଲ୍‌ରଙ୍କୁ ଦେଇଛନ୍ତି। ତେବେ କୋହଲି ନଜର ଆରାମଦାୟକ ସିଟ୍‌ ଏଥିପାଇଁ ଦେଲେ, ଯେପରି ବୋଲର ଜଣଙ୍କର ଯାତ୍ରା ଆରାମଦାୟକ ହୋଇପାରିବ। ପୂର୍ବ ମ୍ୟାଚ୍‌ରେ ଏହି ବୋଲର ଜଣକ ଟିମ୍‌ ଇଣ୍ଡିଆ ପାଇଁ ଅଭୂତପୂର୍ବ ଖେଳି ବିରାଟଙ୍କ ମନ ମୋହିଥିଲେ। ଏ ସଂପର୍କରେ ଖୁଲାସା କରିଛନ୍ତି ଇଂଲଣ୍ଡର ଅଧିନାୟକ ମାଇକେଲ୍‌ ଭଉଗାନ୍‌। ସେ ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ବିରାଟଙ୍କ ମହାନତା ସଂପର୍କରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର