ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ସୋମବାର ଦିଲ୍ଲୀ ଯାଇଥିଲେ। ରଣଜୀ ଟ୍ରଫି ପାଇଁ ଅଭ୍ୟାସ କରିବାକୁ ସେ ଦିଲ୍ଲୀ ଯାଇଥିଲେ ବୋଲି ଜଣାଯାଇଛି। ବିରାଟଙ୍କ ପାଇଁ ଏହା ଘରକୁ ଫେରିବା ଭଳି ଥିଲା। ଦ୍ରୁତ ବୋଲର ନବଦୀପ ସୈନିଙ୍କୁ ଛାଡ଼ିଦେଲେ, ଦିଲ୍ଲୀ ଦଳର ଅନ୍ୟ ସମସ୍ତ ୧୮ଜଣ ସଦସ୍ୟ ତାଙ୍କୁ କେବଳ ଟିଭିରେ ଦେଖିଥିଲେ ଏବଂ 'ଚିକୁ' କିପରି ଭାରତୀୟ କ୍ରିକେଟର 'ରାଜା' ହେଲେ ତାହାର କାହାଣୀ ଶୁଣି ବଡ଼ ହୋଇଥିଲେ। ଗତ ୧୫ ବର୍ଷ ମଧ୍ୟରେ, ଦିଲ୍ଲୀର 'ଚିକୁ' ଏକ ମଳିନ ସ୍ମୃତି ପାଲଟି ଯାଇଛନ୍ତି। କାରଣ ସେ ଏବେ ବିଶ୍ୱ କ୍ରିକେଟରେ ସବୁଠାରୁ ବଡ଼ ବ୍ରାଣ୍ଡ ପାଲଟିଛନ୍ତି।
ତେବେ ସୋମବାର ଦିନ, ସେ ପ୍ରାୟ ତିନି ଘଣ୍ଟା ଧରି ସେ ଅଭ୍ୟାସ କରିଥିବା ବେଳେ ତାଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଯୁବ ଖେଳାଳି ହୁଅନ୍ତୁ କିମ୍ବା ଅଭିଜ୍ଞ ମୁଖ୍ୟ ପ୍ରଶିକ୍ଷକ ଶରଣଦୀପ ସିଂହ କିମ୍ବା ବ୍ୟାଟିଂ ପ୍ରଶିକ୍ଷକ ବଣ୍ଟୁ ସିଂହ - ସମସ୍ତେ ତାଙ୍କ ନିକଟତର ହେବାକୁ ଓ ତାଙ୍କ ସହ କଥା ହେବାକୁ ଚାହୁଁଥିଲେ।
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ବିରାଟଙ୍କୁ ଦିଲ୍ଲୀର ଛୋଲେ ପୁରୀ ପସନ୍ଦ ବୋଲି ଆମେ ଜାଣୁ। ତେଣୁ ସେ ଆସିବେ ଜାଣି ଆମେ ଛୋଲେ ପୁରୀ ଆଣି ରଖିଥିଲୁ। ହେଲେ ସେ ତାକୁ ଖାଇବାକୁ ମନା କରି ଦେଇଥିଲେ। କାରଣ ସେ ନିଜ କ୍ୟାରିୟର ଆରମ୍ଭ ଖାଇବାକୁ ଭଲପାଉଥିବା ଖାଦ୍ୟ ଖାଇବେ ବୋଲି କହିଥିଲେ। ତାହା ଥିଲା 'କଡି ଚାୱଲ'। ସମସ୍ତଙ୍କ ସହିତ ମିଶି ସେ ଏହାକୁ ଖାଇଥିଲେ।"